ମହିଳାଙ୍କ ଶରୀର ଭିତରେ ପଶି ଏପରି କାମ କଲା ଏହି ଭୟଙ୍କର ଜୀବ, ଯାହା ଆପଣଙ୍କୁ କରିଦବ ଆଶ୍ଚର୍ଯ୍ୟ

ଗତ କିଛି ଦିନ ହେବ ଜଣେ ମହିଳାଙ୍କର ରହସ୍ୟମୟ ମୃତ୍ୟୁ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ମହିଳାଙ୍କ ନାମ ଲିନ୍ ଫ୍ଳେମିଙ୍ଗ । ୭୭ ବର୍ଷିୟ ଲିନ୍ ନିଜ ପରିବାର ସହିତ ସେଣ୍ଟ ପିଟର୍ସବର୍ଗ ଠାରୁ କିଛି ଦୁର କୋକ୍ବିନା ନାମକ ବିଚ୍ କୁ ଯାଇଥିଲେ । ଯେଉଁଠାରେ ହଠାତ୍ ତାଙ୍କ ଗୋଡରେ ଯନ୍ତ୍ରଣା ଅନୁଭବ ହୋଇଥିଲା । ଲିନ୍ ଙ୍କର ଏହି ଯନ୍ତ୍ରଣା ବଢିବାର ଦେଖି ତାଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇଦିଆଗଲା । ଯାହାଫଳରେ ତାଙ୍କ କଷ୍ଟ ସାମାନ୍ୟ କମିଯାଇଥିଲା। ଏହାପରେ ପରିବାର ଲୋକେ ଲିନଙ୍କୁ ଡାକ୍ତରଖାନାକୁ ନେଇଯାଇଥିଲେ ।

ଯେଉଁଠାରେ ଡାକ୍ତର ତାଙ୍କୁ ଦେଖିବାପରେ କିଛି ଆଶ୍ଚର୍ଯ୍ୟ କରିଦେବା ଭଳି ରୋଗ ହୋଇଥିବା ନେଇ କହିଥିଲେ । ଡାକ୍ତର ଲିନଙ୍କୁ କହିଲେ କି ତାଙ୍କ ଶରୀରରେ ନିକ୍ରୋଟାଇଜିଙ୍ଗ୍ ଫେସାଇଟିସ୍ ନାମକ ବ୍ୟାକ୍ଟେରିୟା ପଶିଯାଇଛି । ଯାହା ମହିଳାଙ୍କ ଶରୀରକୁ ଧୀରେ ଧୀରେ ଖାଇଦେଇଥାଏ । ଡାକ୍ତର ଲିନଙ୍କୁ ତତ୍କାଳ ରୂପେ ତାଙ୍କ ଗୋଡକୁ କାଟିବା ପାଇଁ ଉପଦେଶ ଦେଲେ । ଲିନ୍ ମଧ୍ୟ ନିଜ ଜୀବନକୁ ବଞ୍ଚାଇବା ପାଇଁ ନିଜ ଗୋଡକୁ ବଳିଦାନ ଦେଇଦେଲେ । ଅପରେସନ୍ ପରେ ଡାକ୍ତରଙ୍କୁ ଜଣାପଡିଲା କି ଲିନଙ୍କ ଗୋଡରୁ ମାଂସ ଖାଉଥିବା ବ୍ୟାକ୍ଟେରିୟା ତାଙ୍କର ପୁରା ଶରୀରକୁ ବ୍ୟାପିଯାଇଛି। ବହୁ ଚେଷ୍ଟା ସତ୍ବେ ଲିନଙ୍କୁ ବଞ୍ଚାଇ ପାରିଲେନାହିଁ ଡାକ୍ତର। ଖବର ମୁତାବକ ଗତ ରବିବାର ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।

ଏହାସହ ପଢନ୍ତୁ : ପ୍ରାୟ ୩କୋଟି ଟଙ୍କା ସହିତ ଦୁଇ ଛୁଆଙ୍କୁ ନେଇ ଫେରାର ହେଲେ ପ୍ରଧାମନ୍ତ୍ରୀଙ୍କ ପତ୍ନୀ, ଜାଣନ୍ତୁ କେଉଁ ଦେଶରେ ଘଟିଛି…

ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧକ କେନ୍ଦ୍ର ଅନୁସାରେ ସଂଯୁକ୍ତ ରାଷ୍ଟ୍ରରେ ପ୍ରତି ବର୍ଷ ଏହି ବ୍ୟାକ୍ଟେରିୟା କାରଣରୁ ମୃତ୍ୟୁ ସଂଖ୍ୟା ପାଖାପାଖି ୭୦୦ରୁ ୧୨,୦୦ ପାଖାପାଖି ହୋଇଥାଏ । ଏହି ବ୍ୟାକ୍ଟେରିୟାକୁ କେବଳ ସେତେବେଳେ ରୋକା ଯାଇପାରିବ ଯେତେବେଳେ ବ୍ୟକ୍ତିଙ୍କ ପ୍ରଭାବିତ ସ୍ଥାନକୁ କାଟି ଅଲଗା କରିଦିଆଯିବ । ଏହା ବ୍ୟତିତ ଏହି ରୋଗରେ ଆକ୍ରାନ୍ତ ବ୍ୟକ୍ତି ମାନଙ୍କ ମଧ୍ଯରୁ ପ୍ରତି ୩ ଜଣଙ୍କ ମଧ୍ୟରେ ଜଣଙ୍କ ମୃତ୍ୟୁ ହୋଇଥାଏ ।

You might also like