Below header

ବଢ଼ୁଛି ତାଲିବାନୀଙ୍କ ବର୍ବରତା, ଅବିବାହିତାଙ୍କୁ ଯୌନଦାସୀ ହେବାକୁ କରାଯାଉଛି ବାଧ୍ୟ

ଭୁବନେଶ୍ୱର :  ଆଫଗାନସ୍ତାନରେ ତାଲିବାନ ଯୋଦ୍ଧାଙ୍କ ବର୍ବରତା ବଢ଼ିଚାଲିଛି । ଆଫଗାନର ବିଭିନ୍ନ ସହରକୁ ତାଲିବାନମାନେ ଏବେ ନିଜ ଦଖଲକୁ ଆଣବା ପରେ ଆଫଗାନୀ ସାଧାରଣ ଲୋକଙ୍କ ଉପରେ ଏବେ ଅତ୍ୟାଚାର କରିବା ଆରମ୍ଭ କରିଦେଇଛନ୍ତି ।

ତାଲିବାନ ଯୋଦ୍ଧାମାନେ ସେଠାକାର ଅବିବାହିତ ଯୁବତୀଙ୍କୁ ସେମାନଙ୍କର ଯୌନ ଦାସୀ କରିବା ପାଇଁ ସାଧାରଣ ଲୋକଙ୍କ ଉପରେ ଅତ୍ୟାଚାର କରୁଥିବା ଓ୍ଵାଲଷ୍ଟ୍ରିଟ ଜର୍ଣ୍ଣାଲରେ ପ୍ରକାଶ ପାଇଛି ।

taliban girl
photo credit: BBC News

ତେବେ ଏହି ଖବରକୁ ଜୈବୁଲ୍ଲା ମୁଜାହିଦ ନାମକ ଜଣେ ତାଲିବାନୀ ମୁଖପାତ୍ର ଖଣ୍ଡନ କରିଛନ୍ତି । ଏହି ଖବରକୁ ସେ ମିଥ୍ୟା ବୋଲି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ତାଲିବାନମାନେ ମହିଳାଙ୍କୁ ବିବାହ ପାଇଁ ବାଧ୍ୟ କରିବା ମୁସଲମାନ ନିୟମ ଓ ସଂସ୍କୃତି ବିରୋଧୀ ।

ପ୍ରକାଶଯୋଗ୍ୟ ଯେ ଗତ ୨୪ ଘଣ୍ଟା ମଧ୍ୟରେ ତାଲିବାନମାନେ ୬ ଟି ରାଜ୍ୟର ରାଜଧାନୀକୁ ନିଜ ଦଖଲକୁ ଆଣିବାରେ ସଫଳ ହୋଇଛନ୍ତି । ଏପର୍ଯ୍ୟନ୍ତ ତାଲି ବାନମାନେ ୧୮ ଟି ସହରକୁ ନିଜ ଅକ୍ତିଆରକୁ ନେଇଥିବା ଓ୍ଵାଲ ଷ୍ଟ୍ରିଟ ଜର୍ଣ୍ଣାଲରେ ପ୍ରକାଶ ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.