ପ୍ରଥମଥର ପାଇଁ ସାମ୍ବାଦିକ ସମ୍ମିଳନୀରେ ତାଲିବାନ୍ ଦେଖାଇଲା ତାର ଅସଲ ରୂପ, ମହିଳା ମାନଙ୍କ ଅଧିକାର ପାଇଁ କହିଲା ଏମିତି …..

କାବୁଲ: ଆଫଗାନିସ୍ତାନକୁ ସମ୍ପୂର୍ଣ୍ଣ ଭାବେ ନିଜ ଅଧିନକୁ ଆଣିଛି ତାଲିବାନ୍ । ଏହା ପରେ ପ୍ରଥମଥର ପାଇଁ ତାଲିବାନ୍ ଗଣମାଧ୍ୟମ ସାମ୍ନାକୁ ଆସି ନିଜର ପ୍ରତିଶୃତି କହିଛି । ଆଫଗାନିସ୍ତାନର ରାଜଧାନୀ କାବୁଲରେ ତାଲିବାନର ମୁଖପାତ୍ର ଜବିହୁଲ୍ଲା ମୁଜାହିଦ୍ ଏକ ସାମ୍ବାଦିକ ସମ୍ମିଳନୀ କରି ବିଶ୍ୱକୁ ମଧ୍ୟ କିଛି ପ୍ରତିଶୃତି ଦେଇଛନ୍ତି । ଏଥିରେ ମହିଳାଙ୍କ ପ୍ରତି ତାଙ୍କର ମନୋଭାବ କିପରି, ଅନ୍ତର୍ଜାତୀୟ ସଂସ୍ଥା ସହ କିପରି ସମ୍ବନ୍ଧ ରହିବ, ଗଣମାଧ୍ୟମ ପାଇଁ କ’ଣ ନିୟମ ରହିଛି? ତାହା ଉପରେ ବର୍ଣ୍ଣନା ହୋଇଛି ।

ତେବେ ଇସଲାମ୍ ଅଧିନରେ ମହିଳାଙ୍କୁ ମେସାନଙ୍କ ଅଧିକାରୀ ଦେବା ପାଇଁ ତାଲିବାନ୍ କହିଛି । ମହିଳାମାନେ ସ୍ୱାସ୍ଥ୍ୟକ୍ଷେତ୍ର ଓ ଅନ୍ୟ କ୍ଷେତ୍ରରେ କାମ କରିପାରିବେ, ଯେଉଁଠାରେ ସେମାନଙ୍କ ଅବଶ୍ୟକତା ରହିଛି । ମହିଳାଙ୍କ ପ୍ରତି କୌଣସି ଭେଦଭାବ ନାହିଁ ।

ଏହା ସହିତ ତାଲିବାନର ମୁଖପାତ୍ର କହିଛନ୍ତି ଯେ, ’୨୦ ବର୍ଷର ସଂଘର୍ଷ ପରେ ସେ ନିଜ ଦେଶ ଆଫଗାନିସ୍ତାନକୁ ମୁକ୍ତ କରିଛନ୍ତି । କେବଳ ଏତିକି ନୁହେଁ, ସେ ଅନ୍ତର୍ଜାତୀୟ ସମୁଦାୟକୁ ଆଶ୍ୱାସନା ଦେଇଛନ୍ତି କି, ଆଫଗାନିସ୍ତାନରେ ତାଙ୍କର କିଛି କ୍ଷତି ହେବନାହିଁ । ତାଲିବାନ୍ କହିଛି ଯେ, କାବୁଲରେ ଦୂତାବାସର ସୁରକ୍ଷା ଆମପାଇଁ ଗରୁତ୍ୱପୂର୍ଣ୍ଣ । ଆମେ ସମସ୍ତ ବିଦେଶୀ ଦେଶକୁ ନିଶ୍ଚିତ କରିବାକୁ ଚାହୁଁଛୁ ଯେ, ‘ସମସ୍ତ ଦୂତାବାସ, ମିଶନ, ଅନ୍ତର୍ଜାତୀୟ ସଙ୍ଗଠନ ଓ ସହାୟତା ଏଜେନ୍ସିଗୁଡିକର ସୁରକ୍ଷା ପାଇଁ ଆମର ସେନା ଉପସ୍ଥିତ ଅଛନ୍ତି ।’

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.