ଆଫଗାନିସ୍ତାନରେ ୧୦ ଗୁଣା ବଢିଲା ବୁର୍ଖାର ଦାମ୍, ବେଡସିଟ୍ କାଟି ଶରୀରକୁ ଘୋଡ଼ାଇ ରଖିଛନ୍ତି ମହିଳା

ଆଫଗାନିସ୍ତାନ: ଆଫଗାନିସ୍ତାନରେ କ୍ଷମତା ଦଖଲ କରିଛି ତାଲିବାନ । ଶାନ୍ତି ଓ ବିକାଶର ନାରା ତାଲିବାନ ଦେଉଥିଲେ ହେଁ ଏହାକୁ ସହଜରେ ବିଶ୍ୱାସ କରିପାରୁ ନାହାନ୍ତି ଆଫଗାନବାସୀ । ମହିଳାଙ୍କ ପାଇଁ ବୁର୍ଖା ବାଧ୍ୟତାମୂଳକ ଥିବା ବେଳେ ସେମାନଙ୍କୁ ଚାକିରି କରିବାର ସୁଯୋଗ ନାହିଁ । ନିୟମ ଉଲ୍ଲଙ୍ଘନ କଲେ ମିଳିବ ଅକଥୀନୟ ନିର୍ଯାତନା ।

ଏବେ ତାଲିବାନ ପୁଣି ଫେରିବାରୁ ମହିଳାଙ୍କ ମନରେ ଭୟ ସୃଷ୍ଟି ହୋଇଛି । ବୁର୍ଖା କିଣିବାରେ ଲାଗିଛନ୍ତି ମହିଳା । ଏଥିପାଇଁ ବଜାରରେ ପ୍ରବଳ ଭିଡ଼ ଜମୁଛି । ବୁର୍ଖାର ଅଭାବ ଯୋଗୁଁ ଏହାର ଦାମ ବିଢିବାରେ ଲାଗିଛି । ପୂର୍ବରୁ ବୁର୍ଖାର ଦାମ ଯେତିକି ଥିଲା, ଏବେ ଏହା ୧୦ ଗୁଣ ଅଧିକ ଦରରେ ବିକ୍ରି ହେଉଛି । ଯେଉଁମାନେ ବୁର୍ଖା କିଣିପାରୁ ନାହାନ୍ତି । ସେମାନେ ବେଡସିଟ କାଟି ପୂରା ଶରୀରକୁ ଘୋଡ଼ାଇ ରଖିଛନ୍ତି ।

ତାଲିବାନ ଶାସନରେ ମହିଳାଙ୍କୁ ସେମାନଙ୍କ ଶରୀର ଓ ମୁହଁ ବୁର୍ଖାରେ ଢାଙ୍କିବାର ପ୍ରାବଧାନ ଥିଲା । ସେମାନଙ୍କୁ ସ୍କୁଲ ଓ ଚାକିରି କରିବାକୁ ବାରଣ କରାଯାଉଥିଲା । ସେହିପରି ମହିଳା ମାନେ ଘରୁ ବାହାରିବା ବେଳେ ସେମାନଙ୍କ ସହ ଘରର ଜଣେ ପୁରୁଷ ଲୋକ ଯିବାର ନିୟମ ରହିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.