Below header

୪୭୪ ବର୍ଷ ପରେ ରାକ୍ଷୀ ପୂର୍ଣ୍ଣିମାରେ ପଡୁଛି ମହାସଂଯୋଗ: କେଉଁ ସମୟରେ ବାନ୍ଧିପାରିବେ ରାକ୍ଷୀ, ଜାଣନ୍ତୁ

ଆଉ କିଛିଦିନ ବାକି ରହିଲା ରାକ୍ଷୀ ପୂର୍ଣ୍ଣିମା । ଚଳିତବର୍ଷ ୨୨ ଅଗଷ୍ଟ ରବିବାର ଦିନ ରାକ୍ଷୀ ପୂର୍ଣ୍ଣିମା ପାଳନ କରାଯିବ । ଏହି ପର୍ବ ଭାଇ-ଭଉଣୀ ସଂପର୍କର ପ୍ରତୀକ। ଶ୍ରାବଣ ପୂର୍ଣ୍ଣିମା ତିଥିରେ ରାକ୍ଷୀ ପୂର୍ଣ୍ଣିମା ପର୍ବ ପାଳନ କରାଯାଏ। ତେବେ ଜ୍ଯୋତିଷ ଶାସ୍ତ୍ର ଅନୁସାରେ, ରକ୍ଷା ବନ୍ଧନ ୪୭୪ ବର୍ଷ ପରେ ଏକ ଖାସ୍ ମହାସଂଯୋଗ ପଡୁଛି ।

ଜ୍ଯୋତିଷଙ୍କ ଅନୁସାରେ ସାଧାରଣତଃ ରକ୍ଷା ବନ୍ଧନ ପର୍ବ ଶ୍ରବଣ ନକ୍ଷତ୍ରରେ ପାଳନ କରାଯାଏ । ତେବେ ଏଥର ରକ୍ଷା ବନ୍ଧନ ପର୍ବ ଶ୍ରାବଣ ପୂର୍ଣ୍ଣିମାରେ ଧନିଷ୍ଠା ନକ୍ଷତ୍ର ସହିତ ପାଳନ କରାଯିବ । ଜ୍ଯୋତିଷଙ୍କ ଅନୁସାରେ ଏଥର ରାକ୍ଷୀରେ ଭଦ୍ରା ଛାଇ ରହିବନି ତେଣୁ ଭଉଣୀମାନେ ଦିନସାରା କେଉଁ ମୂହୁର୍ତ୍ତରେ ମଧ୍ୟ ଭାଇ ହାତରେ ରାକ୍ଷୀ ବାନ୍ଧି ପାରିବେ । ଏହି ସମୟରେ କୁମ୍ଭ ରାଶିରେ ଗୁରୁର ଚଳନ ବକ୍ର ରହିବ ଏବଂ ଏହା ସହିତ ଚନ୍ଦ୍ରମା ମଧ୍ୟ ଉପସ୍ଥିତ ରହିବ ।

ରାକ୍ଷୀର ଶୁଭ ମୂହୁର୍ତ୍ତ: ଏଥର ରାକ୍ଷୀ ପାଇଁ ସକାଳ ୫.୫୦ରୁ ଆରମ୍ଭ କରି ସନ୍ଧ୍ୟା ୬.୦୩ ମିନିଟ୍ ପର୍ଯ୍ୟନ୍ତ ଶୁଭ ମୂହୁର୍ତ୍ତ ରହିଛି । ଅର୍ଥାତ୍ ଆପଣ ଏହି ସମୟରେ କେବେ ବି ରାକ୍ଷୀ ବାନ୍ଧି ବା ବନ୍ଧାଇ ପାରିବେ । ଯଦିଓ ଭଦ୍ରା କାଳ ୨୩ ଅଗଷ୍ଟ ସକାଳ ୫ଟା ୩୪ ମିନିଟରୁ ୬ ଟା ୧୨ ମିନିଟ୍ ପର୍ଯ୍ୟନ୍ତ ରହିବ । ଏହି ଦିନ ଶୋଭନ ଯୋଗ ସକାଳ ୧୦ଟା ୩୪ ମିନିଟ୍ ପର୍ଯ୍ୟନ୍ତ ରହିବ ଏବଂ ଧନିଷ୍ଠା ନକ୍ଷତ୍ର ସନ୍ଧ୍ୟା ୭ଟା ୪୦ ମିନିଟ୍ ପର୍ଯ୍ୟନ୍ତ ରହିବ । କୁହାଯାଏ କି ଧନିଷ୍ଠା ନକ୍ଷତ୍ରରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ଭାଇ-ଭଉଣୀଙ୍କ ସହିତ ସମ୍ପର୍କ ବହୁତ ଖାସ୍ ହୋଇଥାଏ ।

୪୭୪ ବର୍ଷ ପରେ ହେଉଛି ମହା ସଂଯୋଗ: ଜ୍ୟେତିଷ ଶାସ୍ତ୍ର ଅନୁସାରେ ଏଥର ରକ୍ଷା ବନ୍ଧନରେ ସିଂହ ରାଶିରେ ସୂର୍ଯ୍ୟ, ମଙ୍ଗଳ ଓ ବୁଧ ଗ୍ରହ ଏକାଠି ବିରାଜମାନ ହେବେ । ସିଂହ ରାଶିର ସ୍ୱାମୀ ସୂର୍ଯ୍ୟ । ଏହି ରାଶିରେ ମିତ୍ର ମଙ୍ଗଳ ମଧ୍ୟ ତା ସହିତ ରହିବ । ଯଦିଓ ଶୁକ୍ର କନ୍ୟା ରାଶିରେ ରହିବ । ଗ୍ରହଙ୍କ ଏମିତି ଯୋଗ ବହୁତ ଶୁଭ ଏବଂ ଫଳଦାୟୀ ରହିବ । ଜ୍ଯୋତିଷଙ୍କ କହିବାନୁସାରେ ରକ୍ଷା ବନ୍ଧନରେ ଗ୍ରହମାନଙ୍କ ଏମିତି ଦୁର୍ଲଭ ସଂଯୋଗ ୪୭୪ ବର୍ଷ ପରେ ହେଉଛି । ଏହା ପୂର୍ବରୁ ୧୧ ଅଗଷ୍ଟ ୧୫୪୭ ମସିହାରେ ଗ୍ରହଙ୍କ ଏମିତି ସ୍ଥିତି ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.