ପୁରୀ: ଆଇପିଓ ସୀତାରାମ ସାହୁଙ୍କ ଘର ଉପରେ ଭିଜିଲାନ୍ସ ଚଢଉ, ୫ଟି ସ୍ଥାନରେ ଚାଲିଛି ରେଡ୍

ପୁରୀ(କେନ୍ଯୁଜ୍): ପୁରୀରେ ପୁଣି ଭିଜିଲାନ୍ସ ଚଢାଉ। ଆଇପିଓ ସୀତାରାମ ସାହୁଙ୍କ ଘର ଉପରେ ଭିଜିଲାନ୍ସ ଚଢଉ। ପୁରୀ, ଭୁବନେଶ୍ୱର ଓ ନୟାଗଡର ୫ଟି ସ୍ଥାନରେ ଭିଜିଲାନ୍ସ ଦ୍ୱାରା ଚଢାଉ ଜାରି ରହିଛି। ୪ଜଣ ଡିଏସ୍‌ପି, ୫ ଇନ୍ସପେକ୍ଚର ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କୁ ନେଇ ୮ଟି ଟିମ୍‌ ଏହି ଚଢାଉରେ ସାମିଲ ଅଛନ୍ତି।

ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ କରାଯାଇଛି। ସେହିପରି ସୀତାରାମ ସାହୁଙ୍କ ନୟାଗଡସ୍ଥିତ ବାସ ଭବନରେ ଭିଜିଲାନ୍ସର ଏକ ଟିମ୍‌ ଚଢାଉ କରୁଛି। ନୟାଗଡର ମିଶ୍ର କଲୋନୀରେ ସୀତାରାମଙ୍କ ଏକ ଘର ଥିବା ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.