Below header

ମାସୁଦ ସେନା ଆକ୍ରମଣରେ ଘାଇଲାହେଲେ ତାଲିବାନ୍‌, ପଞ୍ଜଶିରରେ ଆଠ ତାଲିବାନୀ ମୃତ

କାବୁଲ : ପଞ୍ଜଶିରରେ ଆଠ ତାଲିବାନୀ ହୋଇଛନ୍ତି ମୃତ । ଗତକାଲି ଏକ ଆଉଟପୋଷ୍ଟରେ ତାଲିବାନୀ ଆକ୍ରମଣ କରିଥିଲେ । ଏହାର କଡା ଜବାବ ଦେଇଥିଲେ ମାସୁଦ ସେନା । ଏହି ସଂଘର୍ଷରେ ୭ରୁ ୮ ତାଲିବାନୀ ନିହତ ହୋଇଥିବା ବେଳେ ବହୁ ଆହତ ହୋଇଛନ୍ତି ।

ମାସୁଦ ଫୋର୍ସର ଦୁଇ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଏପଟେ ତାଲିବାନକୁ କଦାପି ମାନ୍ୟତା ଦିଆଯିବ ନାହିଁ କିମ୍ବା ତାଲିବାନ ନିକଟରେ ଆତ୍ମସମର୍ପଣ କରିବେ ନାହିଁ ବୋଲି କହିଛନ୍ତି ପଞ୍ଜଶିର ନର୍ଦ୍ଦର୍ଣ୍ଣ ଆଲାଏନ୍ସର ମୁଖ୍ୟ ଅହମ୍ମଦ ମାସୁଦ ।

ଟ୍ଵିଟ କରି ତାଲିବାନୀଙ୍କୁ ସେ ଚେତାବନୀ ଦେଇଛନ୍ତି । ଅନ୍ୟପଟେ ସାରା ବିଶ୍ୱକୁ ମସୁଦ ସେନା କରିଛି ଅପିଲ୍ । ଆମକୁ ସାହାଯ୍ୟ କର ନହେଲେ ବହୁ କ୍ଷତି ସହିବାକୁ ପଡିବ ବୋଲି କହିଛି ମସୁଦ ସେନା । ଏପଟେ ପୂର୍ବତନ ଉପରାଷ୍ଟ୍ରପତି ଅମୁରଲ୍ଲାହ ସଲ୍ଲେହ ତାଲିବାନୀ ଶାସନ ବିରୋଧରେ ବିଶ୍ୱର ସମର୍ଥନ ଲୋଡିଛନ୍ତି ।

ଯାହା ଠିକ୍ ତାକୁ ବିଶ୍ୱ ନେତା ସମର୍ଥନ କରନ୍ତୁ। ପାଶ୍ଚାତ୍ୟ ଦେଶ ସମୂହ ସାହାଯ୍ୟ କରିବାକୁ ଆଗେଇ ଆସିବା ଉଚିତ ବୋଲି କହିଛନ୍ତି ଅମୁରଲ୍ଲାହ । ଯଦି ଆତଙ୍କୀଙ୍କୁ ରୋକିବାକୁ ଚାହୁଁଛୁ, ଆମକୁ ସାହାଯ୍ୟ କର। ଆମକୁ ସାହାଯ୍ୟ ନକଲେ ବିଶ୍ୱ ବହୁତ ବଡ଼ କ୍ଷତି ସହିବ ବୋଲି କହିଛନ୍ତି ଅମୁରଲ୍ଲାହ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.