ରାସ୍ତାରେ ଗଡୁଛି ଟନ୍ ଟନ୍ ଟମାଟୋ

ନାସିକ : ଟମାଟୋ ଚାଷୀ ଏବେ ଚିନ୍ତାରେ । ସର୍ବାଧିକ ଟମାଟୋ ଚାଷ ହେଉଥିବା ନାସିକରେ ଏବେ ପରିବା ସବୁ ରାସ୍ତାରେ ଗଡୁଛି । କିଲୋ ପ୍ରତି ଦର ହୋଇଛି ମାତ୍ର ୨ ଟଙ୍କା । ଉତ୍ପାଦନ ଭଲ ହୋଇଥିବାରୁ ବଜାରରେ ବିକ୍ରି ହୋଇ ପାରୁନାହିଁ । ବର୍ତ୍ତମାନ ଟମାଟୋର ଆଦୌ ଭାଉ ନାହିଁ ବୋଲି ପରିବା ଚାଷୀ ଓ ବେପାରୀ କହିଛନ୍ତି । ତେଣୁ ଟନ୍ ଟନ୍ ଟମାଟୋକୁ ଅଯଥା ଖର୍ଚ୍ଚ କରି ମାର୍କେଟକୁ ନେବା ବଦଳରେ ଚାଷୀ ରାସ୍ତାରେ ଫିଙ୍ଗି ଦେଉଛନ୍ତି ।