Below header

ଅଭିନନ୍ଦନଙ୍କୁ ପରମବୀର ଚକ୍ର ପାଇଁ ଦାବି କଲେ ତାମିଲନାଡୁ ସରକାର

ଚେନ୍ନାଇ : ବାଲାକୋଟ ଆକ୍ରମଣ ପରେ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ ଶତ୍ରୁ ଦେଶରେ ଯାଇ ଯେପରି ନିଜର ପରାକ୍ରମ ଓ ସାହସ ଦେଖାଇ ଭାରତ ପ୍ରତ୍ୟାବର୍ତ୍ତନ କରିଥିଲେ ସେଥିପାଇଁ ତାଙ୍କୁ ସେନାର ସର୍ବୋଚ୍ଚ ସମ୍ମାନ ପରମବୀର ଚକ୍ର ପ୍ରଦାନ କରିବାକୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ କେ. ପଲାନୀସ୍ବାମୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦଙ୍କୁ ଚିଠି ଲେଖିଛନ୍ତି ।
ବାୟୁସେନାରେ ଯୋଗ ଦେଇଥିବା ତାମିଲନାଡୁର ୱିଙ୍ଗ କମାଣ୍ଡର ଅଭିନନ୍ଦନ ପ୍ରତିକୂଳ ପରିସ୍ଥିତିରେ ଅସାଧାରଣ ଭାବେ ଦୃଢ ବିଶ୍ବାସ ଓ ଅଦମ୍ୟ ସାହାସିକତାର ପରିଚୟ ଦେଇ ଭାରତର ଟେକ ରଖିଛନ୍ତି, ସେଥିପାଇଁ ସେ ସେନାର ସର୍ବୋଚ୍ଚ ସମ୍ମାନ ପାଇବାକୁ ଯୋଗ୍ୟ ଅଟନ୍ତି । ତେଣୁ ପ୍ରଧାନମନ୍ତ୍ରୀ ଏ ପ୍ରସଙ୍ଗକୁ ଗମ୍ଭୀରତା ସହକାରେ ନେବେ ବୋଲି ସେ ନିବେଦନ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.