ପୋଙ୍ଗଲରେ ଉପହାର ଦେବେ ତାମିଲନାଡୁ ସରକାର : ମିଳିବ ୧ ହଜାର ଟଙ୍କା, ଚାଉଳ, ଚିନି ଏବଂ ଆଖୁ

ତାମିଲନାଡୁ ମୁଖ୍ୟମନ୍ତ୍ରୀ କେ. ପଲାନୀସ୍ୱାମୀ ପୋଙ୍ଗଲ ପାଇଁ ଘୋଷଣା କରିଛନ୍ତି ଏକ ବଡ ଉପହାର। ଆସନ୍ତା ଜାନୁଆରୀରେ ପାଳନ ହେବାକୁ ଥିବା ପୋଙ୍ଗଲ ଉତ୍ସବକୁ ନଜରରେ ରଖି ଏପରି ଏକ ନିଷ୍ପତ୍ତି ନେଇଛନ୍ତି। ପଲାନୀସ୍ୱାମୀ ସରକାର ସାର୍ବଜନୀନ ବିତରଣ ପ୍ରଣାଳୀ ଅନୁଯାୟୀ ଚାଉଳ ପ୍ରାପ୍ତ କରୁଥିବା ପ୍ରତ୍ୟେକ ଯୋଗ୍ୟ ରାଶନ କାର୍ଡଧାରୀଙ୍କୁ ଏହି ସୁବିଧା ଯୋଗାଇଦେବେ। ରାସନକାର୍ଡ ରଖିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଆସନ୍ତା ଜାନୁଆରୀରେ ପୋଙ୍ଗଲ ପାଇଁ ୧୦୦୦ ଟଙ୍କା, ଏକ କିଲୋ ଚାଉଳ, ଏକ କିଲୋ ଚିନି ଏବଂ ଆଖୁ ସହ ପାଞ୍ଚ ଗ୍ରାମ ଗୁଜୁରାତି, ୨୦ ଗ୍ରାମ କାଜୁ ଏବଂ ୨୦ ଗ୍ରାମ କିସ୍‌ମିସ୍‌ ପ୍ରଦାନ କରିବେ।

palaniswami

ସରକାରଙ୍କ ଏହି ଯୋଜନା ପାଇଁ ୨,୩୬୩.୧୩ କୋଟି ଟଙ୍କା ଆବଣ୍ଟନ କରିଛନ୍ତି। ସରକାର ଗରିବଙ୍କ ପାଇଁ ଫ୍ରିରେ ଶାଢୀ ଏବଂ ଧୋତି ମଧ୍ୟ ବଣ୍ଟନ କରାଯାଉଛି। ଫ୍ରିରେ ଶାଢୀ ଏବଂ ଧୋତି ପାଇଁ ୪୮୪.୨୫ କୋଟି କରିଥିବା ବେଳେ ଏହି ଯୋଜନା ଅଧିନରେ ୧.୬୭ କୋଟି ଶାଢୀ ଏବଂ ଧୋତି ବଣ୍ଟନ କରାଯିବ ବୋଲି ତାମିଲନାଡୁ ସରକାର ଘୋଷଣା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.