ବିଗ୍‌ ବସ୍‌ ସିଜନ୍‌ ୧୩: ପାରସ୍‌ ଛାବଡାଙ୍କ ଗାର୍ଲଫ୍ରେଣ୍ଡ ଇଣ୍ଟରନେଟ୍‌ରେ ଲିକ୍‌ କରିଦେଲେ ପର୍ସନାଲ୍‌ ହ୍ଵାଟସ୍‌ଆପ୍‌ ଚ୍ୟାଟ୍‌! ଦେଖନ୍ତୁ ସ୍କ୍ରିନ୍‌ଶର୍ଟ ଫଟୋ

ଗୋଟିଏ ପଟେ ‘ବିଗ୍‌ ବସ୍‌ ସିଜନ୍‌ ୧୩’ ଘରେ ଜବରଦସ୍ତ ହଙ୍ଗାମା ଚାଲୁଥିବା ବେଳେ ସେପଟେ ଶୋ’ର ହ୍ୟାଣ୍ଡସମ୍‌ କଣ୍ଟେଷ୍ଟାଣ୍ଟ୍‌ ପାରସ୍‌ ଛାବଡାଙ୍କର ଏକ ହ୍ଵାଟସ୍‌ଆପ ଚ୍ୟାଟିଂର ଫଟୋ ଏବେ ଇଣ୍ଟରନେଟ୍‌ରେ ଲିକ୍‌ ହୋଇଯାଇଛି। ‘ବିଗ୍‌ ବସ୍‌ ଖବରି’ ନାମକ ଏକ ଫ୍ୟାନ୍‌ ପେଜ୍‌ ପାରସ୍‌ ଏବଂ ତାଙ୍କ ଗାର୍ଲଫ୍ରେଣ୍ଡ ଆକାଂକ୍ଷା ପୁରୀଙ୍କର ଏହି ବ୍ୟକ୍ତିଗତ ହ୍ଵାଟସ୍‌ଆପ୍‌ ଚ୍ୟାଟିଂ ଶେୟାର କରିଛି।

କେତେକ ସୋସିଆଲ ମିଡିଆ ଆକାଉଣ୍ଟ ମାଧ୍ୟମରେ ଏହା ଦାବି କରାଯାଉଛି ଯେ ଏ ସବୁ ଚ୍ୟାଟିଂର ସ୍କ୍ରିନ୍‌ ଶର୍ଟ ନିଜେ ଆକାଂକ୍ଷା ହିଁ ଲିକ୍‌ କରିଛନ୍ତି, ଯେଉଁଥିରେ ଉଭୟଙ୍କର ବହୁତ ବ୍ୟକ୍ତିଗତ କଥା ଦେଖିବାକୁ ମିଳୁଛି।

para1

ଚ୍ୟାଟ୍‌କୁ ଭଲ ଭାବେ ଦେଖିଲେ ଜଣାପଡ଼ୁଛି, ପାରସ୍‌ ନିଜ ଗାଲ୍‌ର୍ଫ୍ରେଣ୍ଡଙ୍କୁ ବୁଝାଉଛନ୍ତି। ଆଉ କହୁଛନ୍ତି, ଇମୋଶନାଲ୍‌ ହୁଅନି। ମୁଁ ଶୋ’ରେ ଲୟାଲ ହୋଇ ରହିବି। ଏହାସହିତ ଦୁଜଣଙ୍କ ଭିତରେ ହୋଇଥିବା ପ୍ରେମଭରା କଥା ମଧ୍ୟ ଦେଖିବାକୁ ମିଳୁଛି। ଏ ସବୁ ଚ୍ୟାଟିଂ ଉପରେ ପାରସ୍‌ଙ୍କ ନାଁ ଲେଖାଯାଇଛି।
ତେବେ ଏହା ପୂର୍ବରୁ ଆକାଂକ୍ଷା ଏକ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ କହିଥିଲେ, ‘ସେ ପାରସ୍‌ଙ୍କ କଥାବାର୍ତ୍ତାରେ ବହୁତ ଦୁଃଖି ଅଛନ୍ତି।

para5

ଯେତେବେଳେ ସେ ସାମ୍ନାକୁ ଆସିବେ, ତାଙ୍କ ସହ ବସିକି କଥା ହେବେ’। ଆଉ ମଧ୍ୟ ସେ କହିଥିଲେ ଯେ ‘ମୋ ବିଷୟରେ ଏମିତି କହିଥିବାରୁ ପାରସଙ୍କୁ ମୋତେ କ୍ଷମା ମାଗିବାକୁ ପଡ଼ିବ’।

କହି ରଖୁଛୁ କି, ବିଗ୍‌ ବସ୍‌ ଘରେ ଓ୍ଵାଇଲ୍ଡ କାର୍ଡ ଏଣ୍ଟ୍ରି କରିଥିବା ଅରହାନ୍‌ ଖାନ୍‌ ପାରସ୍‌ଙ୍କୁ ଦିନେ କହିଥିଲେ, ‘ଘର ବାହାରେ ତୁମ ଗାଲ୍‌ର୍ଫେଣ୍ଡ ଆକାଂକ୍ଷା ତୁମକୁ ବହୁତ ସପୋର୍ଟ କରୁଛନ୍ତି’। ଏ ନେଇ ପାରସ୍‌ କହିଥିଲେ, ‘ତା’ହେଲେ କରନ୍ତୁ, ମୁଁ ତାଙ୍କୁ ସପୋର୍ଟ କରିବା ପାଇଁ କେବେ ବି କହି ନ ଥିଲି’।

para4

ଯେତେବେଳେ ଅର୍‌ହାନ, ପାରସ୍‌ ନିଜ ହାତରେ ବନାଇଥିବା ଆକାଂକ୍ଷା ନାଁର ଟାଟୁ ବିଷୟରେ ପଚାରିଥିଲେ, ସେତେବେଳେ ପାରସ୍‌ କହିଥିଲେ, ‘ଏହି ଟାଟୁ ତାଙ୍କୁ ବାଧ୍ୟରେ ବନାଇବାକୁ ପଡ଼ିଥିଲା। କାରଣ, ତାଙ୍କ ଗାର୍ଲଫ୍ରେଣ୍ଡ ତାଙ୍କୁ ଫୋର୍ସ କରିଥିଲେ’। ତେବେ ଏହା ଉପରେ ଆକାଂକ୍ଷାଙ୍କ କହିବା ହେଲା, ପାରସ୍‌ ମିଛ କହୁଛନ୍ତି, ମୁଁ କେବେ ବି ତାଙ୍କୁ ଏଥିପାଇଁ ଫୋର୍ସ କରିନି’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.