Below header

ଟାଟା କମ୍ପାନୀ ୱାର୍କସପରେ ଲାଗିଗଲା ନିଆଁ

ଦିଲ୍ଲୀ ଅଲିପୁରସ୍ଥିତ ବୁଢ଼ପୁର ନିକଟରେ ଥିବା ଟାଟା କମ୍ପାନୀ ୱାର୍କସପରେ ଆଜି ଅପରାହ୍ନରେ ଭୀଷଣ ଭାବେ ନିଆଁ ଲାଗିଯାଇଥିଲା । ନିଆଁକୁ ଆୟତ୍ତ କରିବା ପାଇଁ ଦମକଳ ବିଭାଗର ୬ଟି ଗାଡି ପଠାଯାଇଥିଲା ଓ ପାଖାପାଖି ଏକ ଘଂଟାର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇ ପାରିଥିଲା । ଏହି ଦୁର୍ଘଟଣାରେ ଲକ୍ଷ ଲକ୍ଷ ଟଙ୍କାର ଜିନିଷ ଜଳିଯାଇଛି । ସୌଭାଗ୍ୟବଶତଃ ଏଥିରେ କାହାର ଜୀବନହାନି ଘଟିନାହିଁ । ବର୍ତ୍ତମାନ ପୋଲିସ ଏହାର ତଦନ୍ତ କରୁଛି ଓ ପ୍ରାଥମିକ ତଦନ୍ତରୁ ସଟ ସର୍କିଟରୁ ନିଆଁ ଲାଗିଥାଇପାରେ ବୋଲି ସନ୍ଦେହ କରାଯାଉଛି । କମ୍ପାନୀର ଅଧିକାରୀ ମାନଙ୍କ କହିବା ଅନୁଯାୟୀ ଗ୍ୟାରେଜରେ ନିଆଁ ଲାଗିଥିବା କାରଣରୁ ଦୁଇରୁ ତିନୋଟି ଗାଡି ସମ୍ପୂର୍ଣ ଭାବେ ଜଳିଯାଇଛି ।

ଏହାସହ ପଢନ୍ତୁ ବିହାର ବନ୍ୟା, ତିନି ଦିନ ଧରି ନିଜ ଘରେ ଫସିରହିଥିବା ଡେପୁଟି ସିଏମ ସୁଶୀଲ ମୋଦିଙ୍କୁ ଶେଷରେ ଉଦ୍ଧାର କଲେ NDRF

 

ସୂଚନା ଅନୁଯାୟୀ ବୁଢ଼ପୁର ଗ୍ରାମର ଜିଟି ରୋଡ଼ ନିକଟରେ ଟାଟା କମ୍ପାନୀର ଏକ ବଡ଼ ସୋରୁମ ରହିଛି ଯେଉଁଠି ପ୍ରାୟ ୨୫୦ ଜଣ କର୍ମଚାରୀ କାମ କରନ୍ତି । ଆଜି ଅପରାହ୍ନ ୩ଟା ସମୟରେ ସୋରୁମର ୱାର୍କସପରେ ଅଚାନକ ନିଆଁ ଲାଗିଯାଇଥିଲା ଏବଂ ଏହାଦେଖି କମ୍ପାନୀର କର୍ମଚାରୀମାନେ ତୁରନ୍ତ ସେଠାରୁ ଗାଡି ଗୁଡିକ ହଟାଇ ଦେଇଥିଲେ । ଘଟଣାସ୍ଥଳରେ ଦମକଳ ବାହିନୀ ପହଂଚି ପ୍ରାୟ ଏକ ଘଣ୍ଟାର କସରତ ପରେ ନିଆଁକୁ ଆୟତ୍ତ କରିବାପାଇଁ ସକ୍ଷମ ହୋଇଥିଲେ । ପୋଲିସ କର୍ମଚାରୀଙ୍କ କହିବା ଅନୁଯାୟୀ ସୋରୁମରେ ଥିବା ସମସ୍ତ କାଗଜପତ୍ର ଜଳିଯାଇଛି । ଘଟଣାସ୍ଥଳରେ ଅଧିକ ଜ୍ୱଳନଶୀଳ ପଦାର୍ଥ ଥିବାରୁ ନିଆଁ ଅତିଶୀଘ୍ର ବ୍ୟାପି ଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.