ଆକାଶ ଛୁଆଁ ହୋଇପାରେ ତୈଳ ଦର, ଭବିଷ୍ୟବାଣୀ ଶୁଣାଇଛନ୍ତି ସାଉଦି ଆରବର କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନ

କେନ୍ୟୁଜ୍(ବ୍ୟୁରୋ): ଆକାଶ ଛୁଆଁ ହୋଇପାରେ ତୈଳ ଦର । ଏପରିକି ବର୍ତ୍ତମାନ ମୂଲ୍ୟର କାହିଁ କେତେଗୁଣା ବଢିପାରେ। ଯାହା କେବେ କଳ୍ପାନ କରି ହେବନି। ଏଭଳି ଭବିଷ୍ୟବାଣୀ ଶୁଣାଇଛନ୍ତି ବୃହତ ତୈଳ ଉତ୍ପାଦନକାରୀ ରାଷ୍ଟ୍ର ସାଉଦି ଆରବର କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନ। ଇରାନ୍‌ ଓ ସାଉଦି ଆରବ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଲାଗି ରହିଲେ ତୈଳଦର ଅକଳ୍ପନୀୟ ହେବ ଏବଂ ଏହା ବିଶ୍ୱ ଅର୍ଥନୀତିକୁ ଦୋହଲାଇ ଦେବ ବୋଲି ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ସତର୍କବାଣୀ ଶୁଣାଇଛନ୍ତି। ଆମେରିକା ଇରାନ୍‌କୁ ସମର୍ଥନ କରୁଥିବାରୁ ଏହା ପରିିସ୍ଥିତିକୁ ଅଧିକ ବିଗାଡ଼ୁଛି। ଇରାନକୁ ଅଟକାଇବା ପାଇଁ ବିଶ୍ୱ ସମୁଦାୟ ଉଦ୍ୟମ ନକଲେ ପରିଣତି ଭୟାବହ ହେବ। ତେବେ ଲଢେଇରେ ନୁହେଁ, ଇରାନ ସହ ଶତ୍ରୁତାର ରାଜନୈତିକ ସମାଧାନ ଚାହାନ୍ତି ବୋଲି ମହମ୍ମଦ ବିନ୍‌ ସଲମାନ କହିଛନ୍ତି। କିଛି ଦିନ ତଳେ ସାଉଦି ଆରବର ଦୁଇଟି ବଡ଼ ତୈଳ କୂପ ଉପରେ ଡ୍ରୋନ୍‌ ଆକ୍ରମଣ ପରେ ତୈଳ ବଜାର ଅସ୍ଥିର ରହିଛି। ଏପର୍ଯ୍ୟନ୍ତ ତୈଳ ଯୋଗାଣ ସ୍ୱାଭାବିକ ହୋଇପାରି ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.