ଚାଲାଣ କଟିବାରୁ ସ୍ତ୍ରୀ ଏବଂ ପିଲାଙ୍କୁ ଧରି ବିଚ୍ ରାସ୍ତାରେ ଧାରଣାରେ ବସିଲେ ଟ୍ୟାକ୍ସି ଡ୍ରାଇଭର

ସେପ୍ଟେମ୍ବର ପହିଲାରୁ ଲାଗୁ ହୋଇଥିଲା ନୁଆ ମୋଟର ଭେଇକିଲ ଆକ୍ଟ। ଏହି ନିୟମ ଲାଗୁହେବା ପରେ ଦେଶର କୋଣ ଅନୁକୋଣରୁ ଚାଲାଣ କଟିବାର ଦୃଶ୍ୟ ସାମ୍ନାକୁ ଆସିଥିଲା । ଭାରୀ ଜରିମାନା କଟିବା ଡରରେ କେହି କେହି ଗାଡି ଚଳାଉନଥିଲେ ତ ଆଉ କେହି ଚାଲାଣ ଭୟରେଗାଡ଼ି ଛାଡ଼ି ପଳାଉଥିଲେ। ଏମିତି ଏକ ଖବର ଦ୍ୱାରକା ସେକ୍ଟର-୧ରେ ଘଟିଛି, ଯେଉଁଠି ଚାଲାଣ କଟିବାରୁ ଜଣେ ଟାକ୍ସି ଡ୍ରାଇଭର ନିଜ ପରିବାର ସହ ରାସ୍ତା ମଝିରେ ଧାରଣାରେ ବସି ପଡ଼ିଥିଲେ, ଯାହା ଦ୍ୱାରା ରାସ୍ତା ଜାମ୍ ହୋଇ ଯାଇଥିଲା।

wife driverସୂଚନା ମୁତାବକ ଟାକ୍ସି ଚାଳକ ମନୀଷ ଅକ୍ଟୋବର ୨ରେ ନିଜ ଗାଡ଼ି ନେଇ ସିଗ୍ନାଲ ପାର୍ କରୁଥିବା ବେଳେ ଟ୍ରାଫିକ୍ ପୁଲିସ ତାଙ୍କୁ ଅଟକାଇ ତାଙ୍କର ଚାଲାଣ କାଟିଥିଲେ । ରେଡ୍ ଲାଇଟ୍ ହେବା ପରେ ସିଗନାଲ ପାର୍ କରିଥିବାରୁ ଟ୍ରାଫିକ ପୁଲିସ ତାଙ୍କର ଚାଲାଣ କାଟିଥିବା ବେଳେ ରେଡ୍ ଲାଇଟ୍ ହେବାର ୭ସେକେଣ୍ଟ ପୂର୍ବରୁ ସିଗନାଲ ପାର୍ କରିଥିବା କଥା କହିଥିଲେ ମନୀଷ। ଟ୍ରାଫିକ ପୁଲିସ କିଛି ନ ଶୁଣି ଓଲଟି ତାଙ୍କୁ ଚାପୁଡା ମାରିଥିଲେ।

traficଏହାପରେ ପୁଲିସ ଷ୍ଟେସନରେ ଅଭିଯୋଗ ଦେଇ ଘରକୁ ଫେରିଥିଲେ ମନୀଷ। କିନ୍ତୁ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବାରୁ ନିଜ ପରିବାର ସହ ରାସ୍ତା ମଝିରେ ଆସି ବସି ଧାରଣା ଦେଇଥିଲେ ମନୀଷ । ଧିରେ ଧିରେ ରାସ୍ତା ଜାମ୍ ହେବାରୁ ପୁଲିସକର୍ମୀ ତାଙ୍କୁ ବୁଝାଇ ଉଠାଇବାକୁ ଚେଷ୍ଟା କରିଥିଲେ । କିନ୍ତ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଉଠିବି ନାହିଁ ଏବଂ ନ୍ୟାୟ ନ ମିଳିଲେ ଗାଡି ଆଗରେ ଛିଡା ହୋଇ ଜୀବନ ଦେଇଦେବି ବୋଲି କହିଥିଲେ ମନୀଷ । ପ୍ରାୟ ୧ଘଣ୍ଟା ପରେ ବରିଷ୍ଠ ପୁଲିସକର୍ମୀ ଘଟଣାସ୍ଥଳରେ ପହଞ୍ଚି ନ୍ୟାୟ ଦେବା ପାଇଁ ପ୍ରତିଶୃତି ଦେଇଥିଲେ ଏହାପରେ ପ୍ରାୟ ଏକଘଣ୍ଟା ପରେ ସ୍ଥିତି ସୁଧୁରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.