ତେଜସ୍ୱୀ ଯାଦବଙ୍କ କାରକେଡ ଗାଡି ଦୁର୍ଘଟଣାଗ୍ରସ୍ତ, ଡ୍ରାଇଭର ମୃତ, ୧୦ ଆହତ

ପୂର୍ଣ୍ଣିୟାର ବିଲୋର ପୈନୋରମା ହାଇଟ ନିକଟରେ ଉକ୍ତ ଦୁର୍ଘଟଣା ହୋଇଥିଲା । ଜନ ବିଶ୍ୱାସ ଯାତ୍ରା ସମୟରେ ତେଜସ୍ୱୀ ଯାଦବଙ୍କ କାରକେଡର ଏକ ଗାଡ଼ି ନିୟନ୍ତ୍ରଣ ହରାଇ ଡିଭାଇଡରକୁ ଧକ୍କା ଦେଇ ଅନ୍ୟ ଏକ ଲେନରେ ଯାଉଥିବା ଏକ କାରକୁ ଧକ୍କା ଦେଇଥିଲା ।

ପୂର୍ଣ୍ଣିୟାର ମୂଫାସିଲ୍‌ ଥାନା ବିଲୋରି ନିକଟରେ ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ କାରକେଡର ଏକ ଗାଡି ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣାରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି । ଏମାନଙ୍କ ମଧ୍ୟରେ ୬ ଜଣ ପୋଲିସ କର୍ମଚାରୀ ରହିଛନ୍ତି ।

ସୂଚନା ମୁତାବକ, ପୂର୍ଣ୍ଣିୟାର ବିଲୋର ପୈନୋରମା ହାଇଟ ନିକଟରେ ଉକ୍ତ ଦୁର୍ଘଟଣା ହୋଇଥିଲା । ଜନ ବିଶ୍ୱାସ ଯାତ୍ରା ସମୟରେ କାରକେଡର ଏକ ଗାଡ଼ି ନିୟନ୍ତ୍ରଣ ହରାଇ ଡିଭାଇଡରକୁ ଧକ୍କା ଦେଇ ଅନ୍ୟ ଏକ ଲେନରେ ଯାଉଥିବା ଏକ କାରକୁ ଧକ୍କା ଦେଇଥିଲା । ଫଳରେ କାରରେ ବସିଥିବା ୩ ଜଣ ଲୋକ ଗମ୍ଭୀର ଭାବେ ଆହତ ହୋଇଥିଲେ । ସମସ୍ତ ଆହତଙ୍କୁ ଚିକିତ୍ସା ନିମନ୍ତେ ଜିଏମସିଏଚରେ ଭର୍ତ୍ତି କରାଯାଇଥିଲା । ଆହତଙ୍କ ମଧ୍ୟରେ କିଛି ଲୋକଙ୍କ ଅବସ୍ଥା ଗୁରୁତର ରହିଥିବା କୁହାଯାଉଛି । ତେବେ ଘଟଣାରେ ୧୦ ଜଣ ଆହତ ହୋଇଥିବା ବେଳେ ଏମାନଙ୍କ ଭିତରେ ୬ ଜଣ ପୋଲିସ କର୍ମଚାରୀ ରହିଛନ୍ତି ।

ଦୁର୍ଘଟଣାର ଶିକାର ହୋଇଥିବା ଗାଡିର ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ପତ୍ନୀ ଏବଂ ପରିବାର ଲୋକ ହସପିଟାଲରେ ପହଞ୍ଚିଛନ୍ତି । ପୋଲିସ ଏନେଇ ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.