ଏଠି ଜଗନ୍ନାଥଙ୍କ ୨୪ବେଶ ୫୬ଭୋଗ ଦେଖି ଭକ୍ତ ଭାବବିହ୍ଵଳ

ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି  ସାରା ବିଶ୍ୱର ଠାକୁର । ମହାପ୍ରଭୁ ଜଗନ୍ନାଥଙ୍କର କେତେ ଯେ ବେଶ ଅଛି କେହି ଜାଣିନଥାନ୍ତି । ମହାପ୍ରଭୁ ସବୁ ମାସରେ ସବୁ ତିଥି ରେ ଅଲଗା ଅଲଗା ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ମହାପ୍ରଭୁଙ୍କର ହେଉଛି ୨୪ବେଶ ।

ସାଲେପୁର(କେନ୍ୟୁଜ): ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି  ସାରା ବିଶ୍ୱର ଠାକୁର । ମହାପ୍ରଭୁ ଜଗନ୍ନାଥଙ୍କର କେତେ ଯେ ବେଶ ଅଛି କେହି ଜାଣିନଥାନ୍ତି । ମହାପ୍ରଭୁ ସବୁ ମାସରେ ସବୁ ତିଥି ରେ ଅଲଗା ଅଲଗା ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ମହାପ୍ରଭୁଙ୍କର ହେଉଛି ୨୪ବେଶ । ଏହି ବେଶ ଭକ୍ତ ଏକା ସାଙ୍ଗରେ କେହି ଦେଖିବା ପାଇଁ ସୁଯଗ ପାଇନଥାନ୍ତି । କିନ୍ତୁ ଏଠି ଜଗନ୍ନାଥଙ୍କ ୨୪ବେଶ ଦେଖି ଭକ୍ତ ଭାବବିହ୍ଵଳ ହୋଇପଡିଥିଲେ । ଖାଲି ବେଶ ନୁହଁ ଏଠି  ମହାପ୍ରଭୁଙ୍କ ୫୬ଭୋଗ ବି ଦେଖିବାକୁ ମିଳିଥିଲା । ଏହି ୨୪ବେଶ ମହାପ୍ରଭୁଙ୍କର କେଉଁଠୁ ଆସିଲା ଆଉ କଣ ପାଇଁ ଆସିଲା ଆସନ୍ତୁ ଜାଣିବା ।

ଏ ହେଉଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ବ୍ରାହ୍ମଣଖଣ୍ଡ ଗ୍ରାମ । ଏହି ଗ୍ରାମରେ ଅଷ୍ଟପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି ଯଜ୍ଞରେ ଜଗନ୍ନାଥ ମହୋତ୍ସବ ଦ୍ୱାରା ଜଗନ୍ନାଥ ମହାପ୍ରଭୁଙ୍କ ୨୪ବେଶ କରାଯାଇ ଭକ୍ତ ମାନଙ୍କୁ ଦର୍ଶନ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ଜଗନ୍ନାଥ ମହିମା ପ୍ରଚାରକ ପୂଜ୍ୟ ବାବା ସତ୍ୟନାନ୍ଦ ମହାରାଜ ଯୋଗଦେଇ ପ୍ରବଚନ ଦେବା ସହ ଜଗନ୍ନାଥଙ୍କ ପ୍ରଚାର ପ୍ରସାର କେମିତି ଆହୁରୀ ଅଧିକ ମାତ୍ରାରେ କରାଯାଇ ପାରିବ ସେନେଇ ଆଲୋଚନା କରିଥିଲେ । ଏହି ପୀଠରେ ୫ଦିନ ହେବ ନାମ ଯଜ୍ଞ କରାଯିବା ସହିତ ଭଜନ କୀର୍ତନ ସହ ପୁରା ପୀଠରେ ଆଧ୍ୟାତ୍ମିକ ପରିବେଶ ହୋଇଥିଲା।

ଏହି ଗ୍ରାମରେ ୫୭ବର୍ଷ ହେବ ଅଷ୍ଟପ୍ରହରୀ ନାମ ଯଜ୍ଞ ହୋଇ ଆସୁଅଛି ।  ଚଳିତ ବର୍ଷ ଅଷ୍ଟପ୍ରହରୀରେ ଜଗନ୍ନାଥ ମହାପ୍ରଭୁଙ୍କ ୨୪ବେଶ ସହିତ ୫୬ଭୋଗ ପ୍ରସାଦ ଶ୍ରଦ୍ଧାଳୁ ମାନଙ୍କ ପାଇଁ ଆୟୋଜନ କରାଯାଇଥିଲା । ଏହି ଜଗନ୍ନାଥଙ୍କ ମୂର୍ତ୍ତି ଜଣେ ଭକ୍ତ ରଖିଥିବା କହିଥିଲେ ମହନ୍ତ ରାମ କୃଷ୍ଣ ଦାସ । ଯେଉଁଠି ଜଗନ୍ନାଥ ମହୋତ୍ସବ ଆୟୋଜନ ହୁଏ ସେଠାରେ ଏହି ଭକ୍ତ ଜଗନ୍ନାଥଙ୍କ ବିଭିନ୍ନ ବେଶ ନେଇ ପ୍ରଦର୍ଶନୀ କରିଥାନ୍ତି । ଏହି ଗ୍ରାମରେ ବହୁ ଭକ୍ତ ପ୍ରବଚନ ଶୁଣିବା ସହ ମହାପ୍ରଭୁଙ୍କ ବେଶ ଦେଖି ବେଶ ଆନନ୍ଦିତ ହୋଇଥିବା କହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.