ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ୯ ଜୀବନ, ଆଖିବୁଜିଲେ ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରୀର ଦୁଇ ଅଭିନେତ୍ରୀ

ବିହାରର କେମୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୯ଜଣଙ୍କର ଜୀବନ ଚାଲିଯାଇଛି । ଆଉ ଏମାନଙ୍କ ମଧ୍ୟରେ ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରୀରେ ୪ ଷ୍ଟାରଙ୍କ ଜୀବନ ଦୀପ ଲିଭିଯାଇଛି । ଭୋଜପୁରୀ ଅଭିନେତ୍ରୀ ଆଞ୍ଚଲ ତିଓ୍ଵାରୀ ଏବଂ ସିମରନ ଶ୍ରୀବାସ୍ତବଙ୍କ ମୃତ୍ୟୁ ହୋଇଛି ।

ମୃତ୍ୟୁ କେତେବେଳେ କାହାକୁ ଆସିବ, ତାହା କେହି କହିପାରିବେ ନାହିଁ । ବିହାରର କେମୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୯ଜଣଙ୍କର ଜୀବନ ଚାଲିଯାଇଛି । ଆଉ ଏମାନଙ୍କ ମଧ୍ୟରେ ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରୀରେ ୪ ଷ୍ଟାରଙ୍କ ଜୀବନ ଦୀପ ଲିଭିଯାଇଛି । ଭୋଜପୁରୀ ଅଭିନେତ୍ରୀ ଆଞ୍ଚଲ ତିଓ୍ଵାରୀ ଏବଂ ସିମରନ ଶ୍ରୀବାସ୍ତବଙ୍କ ମୃତ୍ୟୁ ହୋଇଛି ।

ଖବର ମୁତାବକ, ଗତ ରବିବାର ଦିନ ବିହାରର କେମୁର ଜିଲ୍ଲାରେ ଟ୍ରକ, ଏସୟୁଭି ଓ ମୋଟରସାଇକେଲ ମଧ୍ୟରେ ଏକ ଭୀଷଣ ଟକ୍କର ହୋଇଥିଲା । ଉକ୍ତ ଦୁର୍ଘଟଣାରେ ମୋଟ ୯ ଜଣଙ୍କର ମୃତ୍ୟୁ ଘଟିଥିବା ମୃତକଙ୍କ ମଧ୍ୟରେ କିଛି ଅଭିନେତ୍ରୀ ଓ ଗାୟକ ଥିଲେ । ଦୁର୍ଘଟଣାରେ ଭୋଜପୁରୀ ଗାୟକ ବିଲଲେଶ ପାଣ୍ଡେ ଓରଫ ଛୋଟୁ ପାଣ୍ଡେ, ଅଭିନେତ୍ରୀ ଆଞ୍ଚଲ ତିୱାରୀ ଓ ସିମରନ ଶ୍ରୀବାସ୍ତବ ମଧ୍ୟ ସାମିଲ ରହିଛନ୍ତି ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ, ୮ ଜଣ ଥିବା ଗାଡି ପ୍ରଥମେ ଏକ ମୋଟର ସାଇକେଲକୁ ଧକ୍କା ଦେଇଥିଲା । ଏହାପରେ ଏସୟୁଭି ଏବଂ ବାଇକ ରାସ୍ତା ଅଲଗା ଅଲଗା ଲେନକୁ ଚାଲିଯାଇଥିବା ବେଳେ ଏକ ଟ୍ରକ ପଛରୁ ଧକ୍କା ଦେଇଥିଲା । ଏହା ଫଳରେ ସମସ୍ତଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ ଟ୍ରକ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ଫେରାର ଡ୍ରାଇଭରକୁ ଖୋଜୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.