Below header

ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟରେ ବ୍ୟାପକ ହିଂସାକାଣ୍ଡ ମାମଲା, ସିସିଟିଭି ଫୁଟେଜ ଆଧାର ୧୦ ଗିରଫ

ନୂ୍ଆଦିଲ୍ଲୀ: ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟରେ ବ୍ୟାପକ ହିଂସାକାଣ୍ଡ ମାମଲାରେ ୧୦ ଜଣ ଗିରଫ। ସିସିଟିଭି ଫୁଟେଜ ଆଧାରରେ ଗିରଫ କରାଯାଇଛି। ତେବେ ଏଥିରେ କୌଣସି ଛାତ୍ର ନଥିବା ବେଳେ ଗିରଫମାନଙ୍କର ପୂର୍ବରୁ ଅପରାଧିକ ମାମଲା ରହିଥିବା ଜଣାପଡ଼ିଛି। ତେବେ କୌଣସି ଛାତ୍ରଙ୍କୁ ପୋଲିସ କ୍ଲିନଚିଟ ଦିଆଯାଇନଥିବା କୁହାଯାଇଛି। ସେମାନଙ୍କୁ ଜାମିଆ ଓ ଓଖଲା ଅଞ୍ଚଳରୁ ଗିରଫ କରାଯାଇଛି। ହିଂସା ମାମଲାରେ ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିଛି। ସେପଟେ ବିଶ୍ୱବିଦ୍ୟାଳୟ ପରିସରରେ ପୋଲିସର କାର୍ଯ୍ୟାନୁଷ୍ଠାନର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଜାମିଆ କୂଳପତି ନଜମା ଅଖତର। ଗତ ରବିବାର ଜାମିଆ ବିଶ୍ୱବିଦ୍ୟାଳୟର ଛାତ୍ରମାନେ ନାଗରିକ ସଂଶୋଧନ ଆଇନ ବିରୋଧରେ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା କରୁଥିବା ବେଳେ ପୋଲିସ ସେମାନଙ୍କୁ ଅଟକାଇଥିଲା। ଏହାପରେ ଛାତ୍ର ଓ ପୋଲିସ ମଧ୍ୟରେ ଗଣ୍ଡଗୋଳ ହେବା ସହ ଲଙ୍କାକାଣ୍ଡ ଘଟିଥିଲା। ଏଥିରେ ବହୁ ଛାଚ୍ର ଆହତ ହେବା ସହ ବିଶ୍ୱବିଦ୍ୟାଳୟର ବ୍ୟାପକ କ୍ଷୟକ୍ଷତି ଘଟିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.