ଓ୍ଵାର୍ଲ୍ଡ ବୁକ୍‌ ଅଫ୍‌ ରେକର୍ଡସରେ ସମ୍ମାନିତ ହେଲେ ଦିଲୀପ କୁମାର

ଲୋକପ୍ରିୟ ଅଭିନେତା ଦିଲୀପ କୁମାର ବଲିଉଡରେ ଅନେକ ବର୍ଷ ହେବ ନିଜର ଅଭିନୟରେ ଲୋକମାନଙ୍କ ମନରେ ରାଜ୍‌ କରିଛନ୍ତି। ବଲିଉଡରେ ନିଜର ଯୋଗ ଦେବା ପାଇଁ ଦିଲୀପ କୁମାରଙ୍କୁ ତାଙ୍କର ୯୭ତମ ଜନ୍ମଦିନରେ ଓ୍ଵାଲର୍ଡ ବୁକ୍‌ ଅଫ୍‌ ରେକର୍ଡସ ଲଣ୍ଡନ ଦ୍ୱାରା ଗୋଲ୍ଡେନ ଏରା ଅଫ୍‌ ବଲିଉଡ୍‌ ପୁରସ୍କାର ଦେଇ ସମ୍ମାନିତ କରାଯାଇଛି।

ସୂଚନା ମୁତାବକ ଦିଲୀପ କୁମାରଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଥିବାରୁ ସେ କାଲି ଏହି ଆଓ୍ଵାର୍ଡ ନେବା ପାଇଁ ଉପସ୍ଥିତ ହୋଇପାରିନଥିବାରୁ ତାଙ୍କ ଭାଇ ଅସଲମ ଖାନ୍‌ ଏହି ଆଓ୍ଵାର୍ଡ ଗ୍ରହଣ କରିଛନ୍ତି। ୧୯୯୪ ମସିହାରେ ଦିଲୀପ କୁମାରଙ୍କୁ ଦାଦା ସାହବ ଫାଲକେ ଏବଂ ୨୦୧୫ ରେ ପଦ୍ମ ବିଭୂଷଣ ଆଓ୍ଵାର୍ଡରେ ସମ୍ମାନିତ କରାଯାଇଥିଲା।

DILIP KUMAR-ରିପୋର୍ଟ ଅନୁଯାୟୀ ଦିଲୀପ କୁମାରଙ୍କ ଟ୍ଵିଟର ଆକାଉଣ୍ଟ ତାଙ୍କ ପତ୍ନୀ ସାୟରା ବାନୁ ହ୍ୟାଣ୍ଡେଲ କରିଥାନ୍ତି। ସାୟରା ବାନୁ ନିଜର ଜନ୍ମଦିନରେ ଏକ ସୁନ୍ଦର ମେସେଜ୍‌ ଲେଖି ନିଜର ଫ୍ୟାନ୍ସମାନଙ୍କୁ ଭଲ ପାଇବା ଦେଇଥିବାରୁ ଧନ୍ୟବାଦ ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.