Below header

ଥାଇଲାଣ୍ଡ: ଶପିଂମଲ୍‌ରେ ନରସଂହାର ରଚିଲେ ଥାଇ ସୈନିକ, ଆଖିବୁଜା ଗୁଳି ଚଳାଇ ୨୬ ଲୋକଙ୍କୁ କଲେ ହତ୍ୟା, ଶୁଟରକୁ ମାରି ଦିଆଯାଇଥିବା କହିଲେ ସେନା ଅଧିକାରୀ

ଥାଇଲାଣ୍ଡରେ ଜଣେ ସୈନିକ ଜନଗହଳିପୂର୍ଣ୍ଣ ଏକ ଶପିଂମଲ୍‌ରେ ପଶି ୨୬ରୁ ଅଧିକ ଲୋକଙ୍କୁ ହତ୍ୟା କରିଛନ୍ତି। ସେ ନିଜ ରାଇଫଲ୍‌ରୁ ଆଖିବୁଜା ଗୁଳି ଚଳାଇଥିଲେ। ପାଖାପାଖି ୧୨ ଘଣ୍ଟା ଧରି ଏହି ନରସଂହାର ଚାଲିଥିଲା। ଏଥିରେ ୫୭ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡ଼ିଛି। ଖବର ପାଇ ପରିସ୍ଥିତିକୁ ଆୟତ୍ତ କରିବାକୁ ଯାଇଥିବା ପୋଲିସ ଅଧିକାରୀ ମଧ୍ୟ ସୈନିକଙ୍କ ଗୁଳିର ଶିକାର ହୋଇଥିଲେ। ରବିବାର ଏ ନେଇ ସୂଚନା ଦେଇଛନ୍ତି ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ପ୍ରୟାତ ଚାନ୍‌-ଓ।

t2

ସ୍ଥାନୀୟ ମିଡିଆ ରିପୋର୍ଟ ଅନୁସାରେ, ଏହି ଘଟଣା ଥାଇଲାଣ୍ଡର ପୂର୍ବ-ଉତ୍ତର ସହର କୋରାତ୍‌ରେ ଘଟିଛି। ସେନାର ଏକ ଗାଡ଼ିରେ ଆସି ଉକ୍ତ ସୈନିକ ଲୋକଙ୍କ ଉପରେ ଗୁଳିବର୍ଷା କରିଥିଲେ। ଜାକରାପନ୍ଥ ଥୋମା ନାମକ ଏହି ଶୁଟର ଘଟଣା ସମୟର ଦୃଶ୍ୟକୁ ସୋସିଆଲ ମିଡିଆରେ ବି ଲାଇଭ୍‌ କରୁଥିଲେ। ପୂର୍ବରୁ ସେ କୋରାତ୍‌ ଶପିଂମଲ୍‌ ଭିତରେ ଲୁଚିକି ରହିଥିଲେ ବୋଲି ରିପୋର୍ଟରୁ ଜଣାପଡ଼ିଛି।

t6

ସୂଚନା ମୁତାବକ, ଏହି ବନ୍ଧୁକଧାରୀ ସୈନିକ ପ୍ରଥମେ ସେନା ଶିବିରରେ ନିଜ କମାଣ୍ଡର ଏବଂ ୨ ଯବାନ୍‌ଙ୍କୁ ହତ୍ୟା କରିଥିଲେ। ଏହାପରେ ଶପିଂମଲ୍‌ ଭିତରେ ଏଭଳି ନୃଶଂସ କାଣ୍ଡ ଘଟାଇଥିଲେ। ସେ ଫେସ୍‌ବୁକରେ ଏ ନେଇ ଏକ ପୋଷ୍ଟ ମଧ୍ୟ କରିଥିଲେ, ଯେଉଁଥିରେ ଲେଖିଥିଲେ ‘ମୋତେ ପ୍ରତିଶୋଧ ନେବାକୁ ଥିଲା’।

t55

ତେବେ ରବିବାର ଥାଇଲାଣ୍ଡର ସୈନ୍ୟ ଅଧିକାରୀମାନେ ଘୋଷଣା କରିଛନ୍ତି ଯେ ନରସିଂହାର ରଚିଥିବା ଉକ୍ତ ଶୁଟରଙ୍କୁ ମାରି ଦିଆଯାଇଛି। ଆକ୍ରମଣକାରୀକୁ ସ୍ଥାନୀୟ ସମୟାନୁସାରେ ରବିବାର ସକାଳ ୯ଟାରେ ଗୁଳି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.