Below header

କରୋନାକୁ ନେଇ ଆସିଲା ଆଉ ଏକ ଭୟାନକ ତଥ୍ୟ, ଏବେ ବାୟୁମାଧ୍ୟମରେ ବ୍ୟାପିବା ଆରମ୍ଭ କଲାଣି ଏହି ମାରାତ୍ମକ ରୋଗ

କରୋନାକୁ ନେଇ ଏବେ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି ହୋଇଛି। ଚୀନ୍‌ ସମେତ ପଡ଼ୋଶୀ କେତେକ ଦେଶରେ ମଧ୍ୟ କରୋନକୁ ନେଇ ଭୟ ଦେଖାଦେଇଛି। ତେବେ ଇତି ମଧ୍ୟରେ ଏକ ଏଭଳି ତଥ୍ୟ ସାମ୍ନାକୁ ଆସିଛି, ଯାହା ଶୁଣିବା ପରେ ସବୁ ଦେଶର ଲୋକଙ୍କ ହୋସ୍‌ ଉଡ଼ିଯିବ। ରିପୋର୍ଟ ମୁତାବକ ଏହି ମାରାତ୍ମକ ଭାଇରସ ଏବେ ବାୟୁ ଦ୍ୱାରା ମଧ୍ୟ ବ୍ୟାପୁଛି। ଚୀନ୍‌ର ସାଂଘାଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଏହି ଭାଇରସ୍‌ ଏବେ ବାୟୁମଣ୍ଡଳର ସୂକ୍ଷ୍ମ ଜଳକଣା ମାଧ୍ୟମରେ ବ୍ୟାପିବା ଆରମ୍ଭକଲାଣି। ବାୟୁମାଧ୍ୟମରେ ଏହା ଜଣଙ୍କ ଠାରୁ ଆଉ ଜଣଙ୍କୁ ସଂକ୍ରମିତ କରିବାରେ ସକ୍ଷମ ହେଉଛି। ଏହି ସ୍ଥିତିକୁ ଏୟରୋସୋଲ ଟ୍ରାନ୍ସମିଶନ କୁହାଯାଉଛି।

Image result for corona virus in china

ଅଧିକାରୀଙ୍କ କହିବାନୁସାରେ ଏୟରୋସୋଲ ଟ୍ରାନ୍ସମିଶନ ଅର୍ଥ ଏହି ଭାଇରସ୍‌ ବାୟୁମଣ୍ଡଳରେ ଥିବା ସୂକ୍ଷ୍ମ ଜଳକଣା ସହ ମିଶି ଏୟରୋସୋଲ ତିଆରି କରିଥାଏ। ଚିକିତ୍ସା ବୈଜ୍ଞାନିକଙ୍କ ଅନୁସାରେ ନିଃଶ୍ୱାସ ନେବା ବେଳେ ଏହା ଶରୀର ଭିତରକୁ ପ୍ରବେଶ କରିଥାଏ। ଏଣୁ ପରିବାରର କେହି କରୋନା ଆକ୍ରାନ୍ତ ହୋଇଥିଲେ ତାଙ୍କ ଠାରୁ ଦୂରେଇ ରହିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି।

coronavirus aerosol, Coronavirus Air, Coronavirus Death Toll, Coronavirus Philippines- India TV

ସୂଚନାଯୋଗ୍ୟ ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଚୀନ୍‌ରେ କରୋନାରେ ଆକ୍ରାନ୍ତ ହୋଇ ୮୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୭ ହଜାରରୁ ଊର୍ଦ୍ଧ୍ୱ ଲୋକ ଆକ୍ରାନ୍ତ ହୋଇଛନ୍ତି।

Image result for corona virus in china

ତେବେ ବାୟୁ ମାଧ୍ୟମରେ ଏହି ରୋଗ ବ୍ୟାପିବା ଆରମ୍ଭ କଲେ ଏହାକୁ ନିୟନ୍ତ୍ରଣକୁ ଆଣିବା କାଠିକର ବିଷୟ ହୋଇଯିବ। ଏହି ମାରାତ୍ମକ ରୋଗ ଚୀନ ସମେତ ପଡ଼େଣୀ ଦେଶକୁ ମଧ୍ୟ ବ୍ୟାପିବାର ଭୟ ଥିବାରୁ ଏବେଠୁ ସମସ୍ତେ ସଚେତନ ହେବାକୁ ଚୀନ୍‌ ସରକାରଙ୍କ ତରଫରୁ କୁହାଯାଇଛି। ତେବେ କରୋନାରୁ ମୁକ୍ତି ପାଇବାକୁ ଚୀନ ସମେତ ଆମେରିକାର ବୈଜ୍ଞାନିକମାନେ ମଧ୍ୟ ଦିନ ରାତି ଏକ କରି ଦେଇଥିବା ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.