Below header

ରଙ୍ଗେଇଲୁଣ୍ଡାରେ ବସରେ ଲାଗିଲା ନିଆଁ, ୮ ମୃତ ଏବଂ ୩୦ରୁ ଅଧିକ ଯାତ୍ରୀ ଆହତ

ବ୍ରହ୍ମପୁର (କେନ୍ୟୁଜ୍) : ୧୧ କେ. ଭି. ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବସରେ ୮ ଜଣଙ୍କର ମୃତ୍ୟୁ ହୋଇଛି । ଏହି ସୂଚନା ଦେଇଛନ୍ତି ଚିଫ୍‌ ଫାୟାର ଅଫିସର ସୁକାନ୍ତ ସେଠୀ । ୩୦ରୁ ଅଧିକ ଆହତ ହୋଇଛନ୍ତି । ସେମାନଙ୍କ ଭିତରୁ ଅଧିକାଂଶ ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି । ଆହତଙ୍କୁ ବ୍ରହ୍ମପୁର ବଡ଼ମେଡିକାଲରେ ଭର୍ତ୍ତି କରାଯାଇଛି । ରଙ୍ଗେଇଲୁଣ୍ଡା ମେଣ୍ଡରାଜପୁର ନିକଟରେ ଏହି ଅଘଟଣ ଘଟିଛି । ବିବାହ ପାଇଁ ନିର୍ବନ୍ଧରେ ଯୋଗ ଦେବାକୁ ଗଲାବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲା ବସ୍‌ । ଅଘଟଣ ପରେ ଘଟଣାସ୍ଥଳରେ ପୋଲିସ୍‌ ଓ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସେହିପରି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ସ୍ଥାନୀୟ ଲୋକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.