Below header

ଭବ୍ୟ ଆତିଥ୍ୟ ପାଇଁ ଜାପାନ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୋଦି, କହିଲେ ମୋତେ ଚପଷ୍ଟିକରେ ଖାଇବା ଶିଖାଇଛନ୍ତି

ନୂଆଦିଲ୍ଳୀ : ଭାରତର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇତିମଧ୍ୟରେ ଜାପାନ ଗସ୍ତରେ ଯାଇ ଫେରି ସାରିଛନ୍ତି । ତେବେ ତାଙ୍କର ଏହି ଜାପାନ ଗସ୍ତ ବେଶ୍ ସ୍ମରଣୀୟ ହୋଇଛି । ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଆତିଥ୍ୟରେ ସେ ଏତେ ଖୁସି ଯେ ଭାରତ ଫେରିବା ପରେ ଟ୍ବିଟ୍ କରି ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏଭଳି ଆତିଥ୍ୟ ପାଇଁ ମୁଁ ନିଜକୁ ଗୌରବାନ୍ବିତ ମନେ କରୁଛି । ପ୍ରଧାନମନ୍ତ୍ରୀ ଆବେ ମୋତେ ଚପଷ୍ଟିକରେ ଜାପାନୀ ଖାଦ୍ୟ ଖାଇବାର କୌଶଳ ଶିଖାଇଛନ୍ତି ବୋଲି ମୋଦି ତାଙ୍କ ଟ୍ବିଟରେ କହିଛନ୍ତି ।

 ମୋଦି ତ୍ରୟୋଦଶ ଭାରତ-ଜାପାନ ବାର୍ଷିକ ସମ୍ମିଳନୀରେ ଯୋଗ ଦେବାକୁ ଜାପାନ ଯାଇଥିଲେ । ଏହି ଅବସରରେ ଉଭୟଙ୍କ ପଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ସହିତ ହ୍ରଦରେ ବୁଲିବା, ଟ୍ରେନ୍ ଯାତ୍ରା, ରୋବଟ୍ କାରଖାନା ପରିଦର୍ଶନ ସହ ହଲିଡେହୋମରେ ରାତ୍ରିଭୋଜନ କରିଥିଲେ । ମୋଦି ପ୍ରଥମ ବିଦେଶୀ ନେତା ଭାବେ ସିଞ୍ଜୋ ଆବେଙ୍କ ରାତ୍ରିଭୋଜନରେ ଯୋଗ ଦେଇଥିଲେ । ଏହି ରାତ୍ରି ଭୋଜନ ବେଳେ ଉଭୟ ନେତା ସମାନ ପ୍ରକାରର ଜୋତା ପିନ୍ଧିଥିବା ଦେଖା ଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.