Below header

ଅଜଣା ମହିଳାଙ୍କୁ ନିଜ ସିଟ୍‌ ଦେଇ ଛିଡ଼ା ହୋଇ ରହିଲା ଏହି ବାଳକ, ପୁଣି ଦେଖାଇଲା ଏଭଳି ମଣିଷପଣିଆ, ସୋସିଆଲ ମିଡିଆରେ ୟୁଜର କଲେ ବାଃ ବାଃ

ସୋସିଆଲ ମିଡିଆରେ ଘୂରି ବୁଲୁଥିବା ଏହି ଫଟୋ ଲୋକଙ୍କୁ ଭାବୁକ କରିଦେଉଛି। ଫଟୋରେ ଦେଖିବାକୁ ମିଳୁଛି ଯେ ଜଣେ ବାଳକ ତା’ର ଦୁଇ କାନ୍ଧରେ ଦୁଇଟି ବ୍ୟାଗ୍‌ ଝୁଲାଇ ଛିଡ଼ାହୋଇଛି। ସୋସିଆଲ ମିଡିଆ ପୋଷ୍ଟ ମୁତାବକ, ପିଲାଟି ପ୍ରଥମେ ସିଟ୍‌ରେ ବସିଥିଲା। କିନ୍ତୁ ଟ୍ରେନ୍‌ରେ ଜଣେ ମହିଳା ଛୋଟ ଶିଶୁକୁ ଧରି ଚଢ଼ିବାର ଦେଖି ସେ ତା’ ସିଟ୍‌ ତାଙ୍କୁ ଦେଇଥିଲା। ଏହାପରେ ସେ ଗୋଟିଏ ପଟକୁ ଯାଇ ଛିଡ଼ା ହୋଇ ରହିଲା। ଏହାରି ଭିତରେ ଶିଶୁର ମା’ ଅର୍ଥାତ୍‌ ଉକ୍ତ ମହିଳାଙ୍କୁ ନିଦ ଚାଲିଆସିବାରୁ ପିଲାଟି ତାଙ୍କ ହାତରୁ ଭ୍ୟାନିଟି ବ୍ୟାଗ୍‌ ନେଇ ନିଜ କାନ୍ଧରେ ଟାଙ୍ଗିଦେଲା। ଏହାପରେ ନିଜ ହାତକୁ ମା’ର ମୁଣ୍ଡ ତଳେ ରଖି ଛିଡ଼ାହେଲା। ତେଣୁ ଏହି ଫଟୋକୁ ଯିଏ ବି ଦେଖୁଛି, ସେ ବାଳକଟିର ପ୍ରଶଂସା ନ କରି ରହିପାରୁନାହିଁ।

ହି ସୁନ୍ଦର ଫଟୋକୁ ଟୁଇଟର ୟୁଜର StanceGrounded ୨୩ ଜାନୁୟାରୀରେ ଶେୟାର କରିଥିଲେ। ସେ ପୋଷ୍ଟରେ ଲେଖିଥିଲେ ଯେ ବାଳକଟି ନିଜ ସିଟ୍‌ ସେହି ମହିଳାଙ୍କୁ ଦେଇଦେଇଛି, ଯିଏ ନିଜ ଛୁଆ ଏବଂ ଷ୍ଟ୍ରୋଲର(ଛୁଆକୁ ବୁଲାଉଥିବା ଟ୍ରଲି) ସହିତ ଟ୍ରେନ୍‌ରେ ଚଢ଼ିଥିଲେ।

ଅନ୍ୟପକ୍ଷରେ ଫଟୋକୁ ସୋସିଆଲ ମିଡିଆରେ ୟୁଜର ଖୁବ୍‌ ପସନ୍ଦ କରିଛନ୍ତି। କିଛି ଲୋକ କହିଥିଲେ, ‘ଏପରି ହେବାର ହିଁ ଥିଲା’। ଆଉ କିଛିଜଣ କହିଥିଲେ, ‘କେଡେ ସୁନ୍ଦର ପିଲାଟି’। ସେହିପରି ଏହି ପିଲା ସହ ପ୍ରେମ ହୋଇଯାଇଛି ବୋଲି କେତେଜଣ ପ୍ରତିକ୍ରିୟା ରଖିଥିଲେ। କେବଳ ଏତିକି ନୁହେଁ, ‘ଏହାକୁ କୁହନ୍ତି ମଣିଷପଣିଆ’, ‘ମଣିଷତ୍ୱର ପରିଚୟ’ ବୋଲି କହି ପିଲାଟିକୁ ସମସ୍ତେ ପ୍ରଶଂସା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.