Below header

ଏକକ ନିର୍ବାଚନ ନେଇ ପାଦେ ବଢିଲା ସମ୍ଭାବନା, ୱାନ ନେସନ ୱାନ ଇଲେକସନ କମିଟିର ପ୍ରଥମ ବୈଠକ

କମିଟି ଅଧିକ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ବୈଠକ। କୋବିନ୍ଦଙ୍କ ବାସଭବନରେ ଅନୁଷ୍ଠିତ ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲଙ୍କ ସହ ଅନ୍ୟ କମିଟି ସଦସ୍ୟ ସାମିଲ ହୋଇଛନ୍ତି।

କେନ୍ୟୁଜ୍(ବ୍ୟୁରୋ): ଏକକ ନିର୍ବାଚନ ନେଇ ପାଦେ ବଢିଲା ସମ୍ଭାବନା। ୱାନ ନେସନ ୱାନ ଇଲେକସନ କମିଟିର ପ୍ରଥମ ବୈଠକ। କମିଟି ଅଧିକ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ବୈଠକ। କୋବିନ୍ଦଙ୍କ ବାସଭବନରେ ଅନୁଷ୍ଠିତ ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲଙ୍କ ସହ ଅନ୍ୟ କମିଟି ସଦସ୍ୟ ସାମିଲ ହୋଇଛନ୍ତି। ବୈଠକରେ କମିଟିର ଅନ୍ୟତମ ସଦସ୍ୟ କଂଗ୍ରେସ ନେତା ଅଧୀର ଚୌଧୁରୀ ଯୋଗ ଦେଇନାହାନ୍ତି।

ନିର୍ବାଚନ ନେଇ ଦେଶର ବର୍ତ୍ତମାନର ଆଇନକୁ ତର୍ଜମା କରିବା ସହ ଏକକ ନିର୍ବାଚନର ବିଭିନ୍ନ ଦିଗ ଉପରେ ଅନୁଧ୍ୟାନ କରିବ ଏହି କମିଟି। ଲୋକସଭା, ବିଧାନସଭା, ନଗରପାଳିକା ଓ ପଞ୍ଚାୟତ ନିର୍ବାଚନ ଏକ ସମୟରେ ହୋଇପାରିବ କି ନାହିଁ ସେ ନେଇ ହେବ ଆଲୋଚନା। ଲୋକସଭା ସହ ବିଧାନସଭା ନିର୍ବାଚନ ଏକାଠି ନେଇ ବିଜେଡି ସବୁ ବେଳେ ମତ ରଖିଆସିଛି। ୨୦୧୮ରେ ବିଜେଡି ସାଂସଦ ମାନେ ଏନେଇ ନିର୍ବାଚନ କମିଶନଙ୍କୁ ଭେଟିଥିଲେ।

 କାହିଁକି ସଂସଦର ସ୍ବତନ୍ତ୍ର ଅଧିବେଶନ? କଣ ରହିଛି ଏଜେଣ୍ଡା? ସଂସଦରେ ବିଶେଷ ଅଧିବେଶନ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଂଗ୍ରେସ ନେତା ସୋନିଆ ଗାନ୍ଧିଙ୍କ ଚିଠି। ପ୍ରଥମ ଥର ପାଇଁ ବିରୋଧୀ ଦଳଙ୍କୁ ଏଜେଣ୍ଡା ସଂପର୍କରେ ଅବଗତ କରାଯାଇନଥିବା ଚିଠିରେ ଲେଖିଛନ୍ତି ସୋନିଆ। କୌଣସି ଦଳ ସହ ଏସଂପର୍କରେ ଆଲୋଚନା ମଧ୍ୟ କରାଯାଇନାହିଁ। ଏହା ସହ ଏହି ସ୍ବତନ୍ତ୍ର ଅଧିବେଶନରେ ଦେଶର ଆର୍ଥିକ ସ୍ଥିତି, କୃଷକ ସଂଗଠନଙ୍କ ସହ ଚୁକ୍ତି, ଆଦାନୀ ସମୁହ ଉପରେ ଚର୍ଚ୍ଚା, ଜାତୀୟ ଜନଗଣନା ଆଦି ଉପରେ ଆଲୋଚନା ପାଇଁ ଦାବି କରିଛନ୍ତି। ଆସନ୍ତା ୧୮ତାରିଖରୁ ୨୨ ପର୍ଯ୍ୟନ୍ତ ଚାଲିବ ସଂସଦରେ ସ୍ବତନ୍ତ୍ର ଅଧିବେଶନ। ଏଥିଲେ ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ନେଇ ବିଲ୍ ଆଗତ ହେବା ସମ୍ଭାବନା ରହିଛି। ଏହାକୁ ନେଇ ବିଜେପି ଓ ବିରୋଧୀ ଦଳଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଚାଲିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.