କଂଗ୍ରେସରୁ ପ୍ରାର୍ଥୀ ହେବେ ନାହିଁ ସୁର ରାଉତରାୟଙ୍କ ସାନପୁଅ ମନ୍ମଥ, କଣ କହିଲେ ପଢନ୍ତୁ

ମନ୍ମଥଙ୍କ ପୂରା ରାଜନୈତିକ ଟିମ କଂଗ୍ରେସରୁ ନଲଢିବାକୁ ନିଷ୍ପତି ନେଇଥିବା ସେ କହିଛନ୍ତି। ତେବେ ସେ କେଉଁ ଦଳରୁ ପ୍ରାର୍ଥୀ ହେବେ ତାହା ଆସନ୍ତା ମାସରେ ସ୍ପଷ୍ଟ କରିବେ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟାରେ କହିଛନ୍ତି।

କେନ୍ୟୁଜ୍(ବ୍ୟୁରୋ): ଆଗାମୀ ନିର୍ବାଚନରେ କଂଗ୍ରେସରୁ ପ୍ରାର୍ଥୀ ହେବେ ନାହିଁ ବିଧାୟକ ସୁର ରାଉତରାୟଙ୍କ ସାନପୁଅ ମନ୍ମଥ ରାଉତରାୟ। କଂଗ୍ରେସରୁ ପ୍ରାର୍ଥିତ୍ବ ନେଇ ସ୍ପଷ୍ଟ କରିଛନ୍ତି ମନ୍ମଥ ରାଉତରାୟ। ତାଙ୍କ ପୂରା ରାଜନୈତିକ ଟିମ କଂଗ୍ରେସରୁ ନଲଢିବାକୁ ନିଷ୍ପତି ନେଇଥିବା ସେ କହିଛନ୍ତି। ତେବେ ସେ କେଉଁ ଦଳରୁ ପ୍ରାର୍ଥୀ ହେବେ ତାହା ଆସନ୍ତା ମାସରେ ସ୍ପଷ୍ଟ କରିବେ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟାରେ କହିଛନ୍ତି। ପୂର୍ବରୁ ତାଙ୍କ ବାପା ତଥା ବରିଷ୍ଠ ନେତା ସୁରେଶ ରାଉତରାୟ ସେ କଂଗ୍ରେସରୁ ଲଢିବେ ବୋଲି ମତ ରଖିଥିଲେ।

ତେବେ ନିଜେ ସେ ବିଷୟରେ କିଛି କହିନଥିଲେ। ରାଜନୀତିରେ ବ୍ୟକ୍ତିଗତ ମତ ଅପେକ୍ଷା ଟିମ୍ ମତରେ କାମ କରିବାକୁ ଚାହେଁ ବୋଲି କହିଛନ୍ତି ମନ୍ମଥ ରାଉତରାୟ। କିଛି ରାଜନୈତିକ ଦଳ ସହ ଆଲୋଚନା କରିଛନ୍ତି। ନିଜ ଟିମ ସଦସ୍ୟଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି। ଜଟଣୀବାସୀଙ୍କ ଭଲ ପାଇବା ଓ ଭରସା ଯୋଗୁ ସେ ଚାକିରି ଛାଡ଼ି ରାଜନୀତିକୁ ଆସୁଥିବା କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.