Below header

ରାତିରେ ଲଗାଇଥିବା ଲିପଷ୍ଟିକ୍‌ ସକାଳେ ଗାୟବ, ସ୍ୱାମୀଙ୍କ ମୁଣ୍ଡକୁ ଚଢ଼ିଲା ପିତ୍ତ

ଆଗ୍ରାର ଶହୀଦନଗର ଠାରେ ଦମ୍ପତିଙ୍କ ମଧ୍ୟରେ ଏହି ବିବାଦ ହୋଇଥିଲା । ସକାଳୁ ଉଠିବା ପରେ ମହିଳାଙ୍କ ଓଠରେ ଲିପଷ୍ଟିକ୍‌ ନଥିଲା । ଏକଥା ସ୍ୱାମୀଙ୍କୁ ଆଶ୍ଚର୍ଯ୍ୟ ଲାଗିଥିଲା ଏବଂ ସେ ନିଜ ସ୍ତ୍ରୀ ଉପରେ ସନ୍ଦେହ କରିଥିଲେ ।

ଉତ୍ତରପ୍ରଦେଶରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ମହିଳାଙ୍କ ଓଠରୁ ଲିପଷ୍ଟିକ୍‌ ଗାୟବ ହେବା ଘଟଣା ଥାନାରେ ପହଞ୍ଚିଛି । ଏଭଳି ଏକ ଛୋଟ ଘଟଣା ଥାନାରେ ପହଞ୍ଚିବା ଆପଣଙ୍କୁ ହୁଏତ ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ ଏଭଳି କିଛି ସତରେ ହୋଇଛି । ମହିଳାଙ୍କ ଓଠରୁ ରାତିରେ ଲିପଷ୍ଟିକ ଗାୟବ ହେବାରୁ ରାଗି ଯାଇଥିଲେ ସ୍ୱାମୀ । ପରେ ଦୁଇ ଜଣଙ୍କ କଳି ଥାନାରେ ପହଞ୍ଚିଥିଲା ।

ସୂଚନା ଅନୁସାରେ ଆଗ୍ରାର ଶହୀଦନଗର ଠାରେ ଦମ୍ପତିଙ୍କ ମଧ୍ୟରେ ଏହି ବିବାଦ ହୋଇଥିଲା । ଏଠାରେ ଏକ ଜୋତା ଫ୍ୟାକ୍ଟି୍ରେ କାମ କରୁଥିବା ଜଣେ ଯୁବକଙ୍କର ୩ ମାସ ପୂର୍ବରୁ ବିବାହ ହୋଇଥିଲା । ତେବେ ଥରେ ରାତିରେ ନବ ବିବାହିତା ମହିଳା ନିଜ ସ୍ୱାମୀଙ୍କ ସାମ୍ନାରେ ଲିପଷ୍ଟିକ୍‌ ଲଗାଇଥିଲେ । କିନ୍ତୁ ସକାଳୁ ଉଠିବା ପରେ ମହିଳାଙ୍କ ଓଠରେ ଲିପଷ୍ଟିକ୍‌ ନଥିଲା । ଏକଥା ସ୍ୱାମୀଙ୍କୁ ଆଶ୍ଚର୍ଯ୍ୟ ଲାଗିଥିଲା ଏବଂ ସେ ନିଜ ସ୍ତ୍ରୀ ଉପରେ ସନ୍ଦେହ କରିଥିଲେ । ବିବାଦ ଏତେ ବଢ଼ିଥିଲା ଯେ ମହିଳା ନିଜ ବାପଘରକୁ ପଳାଇଥିଲେ ଏବଂ ସ୍ୱାମୀଙ୍କ ନାଁରେ ଥାନାରେ ଅଭିଯୋଗ କରିଥିଲେ ।

ପୋଲିସ ଉଭୟ ପକ୍ଷର କାଉନସିଲିଂ କରିବା ସମୟରେ ଯେଉଁ ଘଟଣା ବାହାରକୁ ଆସିଥିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ମହିଳା ଜଣଙ୍କ ପୋଲିସକୁ କହିଥିଲେ ଯେ ସେ ସକାଳୁ ଉଠି ବ୍ରସ କରିବା ପରେ ତାଙ୍କ ଓଠରୁ ଲିପଷ୍ଟିକ୍‌ ଛାଡ଼ି ଯାଇଥିଲା । ସମ୍ପୂର୍ଣ୍ଣ ଘଟଣା ଜାଣିବା ପରେ ପରିବାର ପରାମର୍ଶ କେନ୍ଦ୍ରର କାଉନସିଲର ଦୁଇ ଜଣଙ୍କୁ ବୁଝାଇଥିଲେ । ପରେ ଉଭୟଙ୍କ ମଧ୍ୟରେ ବୁଝାମଣା ହୋଇଥିଲା ।

ପରାମର୍ଶ କେନ୍ଦ୍ରର ଜଣେ ଅଧିକାରୀ କହିଛନ୍ତି ଯେ, ଦମ୍ପତିଙ୍କ ମଧ୍ୟରେ ବୁଝାମଣା ହେବା ପରେ ଉଭୟ ସାଙ୍ଗରେ ରହିବା ପାଇଁ ରାଜି ହୋଇଛନ୍ତି । ପରସ୍ପର ମଧ୍ୟରେ ଭୁଲ ବୁଝାମଣା ହୋଇଥିବାରୁ ବିବାଦ ହୋଇଥିଲା । ଦୁଇ ଜଣଙ୍କର ପୁଣି ଥରେ କାଉନସିଲିଂ କରାଯିବ । ମହିଳାଙ୍କ ଉପରେ ସ୍ୱାମୀ ଜଣଙ୍କ ସନ୍ଦେହ କରୁଥିଲେ, ଏହି କାରଣରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.