Below header

ପାକିସ୍ତାନ ଠାରୁ ଗଧ ନେଉନି ଚୀନ, ବଢ଼ି ବଢ଼ି ହେଲେଣି ୬୦ ଲକ୍ଷ ଗଧ

ପାକିସ୍ତାନରେ ୬୦ ଲକ୍ଷ ଗଧ। ପାକିସ୍ତାନରେ ଉତ୍କଟ ଖାଦ୍ୟ ସଂକଟ। ଏପଟେ ବଢ଼ୁଛି ଗଧଙ୍କ ସଂଖ୍ୟା। ଗତ ୩ ବର୍ଷ ହେବ ପାକିସ୍ତାନରେ ଗଧଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି।

ପାକିସ୍ତାନରେ ୬୦ ଲକ୍ଷ ଗଧ। ପାକିସ୍ତାନରେ ଉତ୍କଟ ଖାଦ୍ୟ ସଂକଟ। ଏପଟେ ବଢ଼ୁଛି ଗଧଙ୍କ ସଂଖ୍ୟା। ଗତ ୩ ବର୍ଷ ହେବ ପାକିସ୍ତାନରେ ଗଧଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ୫୫ ଲକ୍ଷରୁ ୫୮ ଲକ୍ଷରେ ପହଞ୍ଚିଲାଣି। ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ, ଚୀନ ପାଇଁ ବଢ଼ୁଛି ପାକିସ୍ତାନର ଗଧ ସଂଖ୍ୟା। ଉଭୟ ଦେଶ ମଧ୍ୟରେ ଗଧ ସଂପର୍କକୁ ନେଇ ଆସିଛି ତଥ୍ୟ।

ପାକିସ୍ତାନରୁ ଗଧ ଆମଦାନୀ କରିବାକୁ କହିଥିଲା ଚୀନ । ଚୀନରେ ଗଧର ଚାହିଦ ବଢ଼ୁଥିବାରୁ ଅନ୍ୟ ଦେଶରୁ ଆମଦାନୀ କରିବାକୁ ଚାହୁଁଥିଲା ଚୀନ। ଏହାକୁ ଦୃଷ୍ଟିରେ ରଖି ପାକିସ୍ତାନ ଗଧ ଫାର୍ମ କରିଥିଲା। ପାକିସ୍ତାନ ସରକାର ନିଜେ ଗଧ ଫାର୍ମ ତିଆରି କରିଥିଲେ। ଦେଶର ଆର୍ଥିକ ସ୍ଥିତିରେ ସୁଧାର ଆଣିବା ଲକ୍ଷ୍ୟରେ ସରକାର ତିଆରି କରିଥିଲେ ଗଧ ଫାର୍ମ।

ଏବେ ଗଧ ସଂଖ୍ୟା ହୁହୁ ହୋଇ ମାଡ଼ି ଗଲାଣି। କିନ୍ତୁ ସେହି ଅନୁସାରେ ପାକିସ୍ତାନ ଠାରୁ ଗଧ ନେଉନି। ଫଳରେ ଗଧ ସଂଖ୍ୟା ଏତେ ବଢ଼ିଗଲାଣି ଯେ ପାକିସ୍ତାନର ଚିନ୍ତା ବଢ଼ି ଯାଇଛି। ବିଶ୍ୱରେ ସବୁଠୁ ଅଧିକ ଗଧ ଅଛନ୍ତି ଚୀନରେ। ତୃତୀୟ ସ୍ଥାନରେ ରହିଛି ପାକିସ୍ତାନ। ଚୀନରେ ଗଧ ଚମଡ଼ାରୁ ଔଷଧ ପ୍ରସ୍ତୁତ କରାଯାଇଥାଏ। ଫଳରେ ଏଠାରେ ଗଧର ଅଧିକ ଚାହିଦା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.