ଏନସିପି ମୁଖ୍ୟ ଶରଦ ପାଓ୍ଵାରଙ୍କୁ ହତ୍ୟା ଧମକ

ଏନସିପି ମୁଖ୍ୟ ଶରଦ ପାଓ୍ଵାରଙ୍କୁ ହତ୍ୟା ଧମକ। ସୋସିଆଲ ମିଡିଆରେ ହତ୍ୟା ଧମକ ମିଳିଥିବା କହିଛି ଏନସିପି। ପାଓ୍ଵାରଙ୍କ ଝିଅ ତଥା ଏନସିପି ସାଂସଦ ସୁପ୍ରିୟା ସୁଲେଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମୁମ୍ବାଇ ପୋଲିସ ମୁଖ୍ୟଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ମୁମ୍ବାଇ : ଏନସିପି ମୁଖ୍ୟ ଶରଦ ପାଓ୍ଵାରଙ୍କୁ ହତ୍ୟା ଧମକ। ସୋସିଆଲ ମିଡିଆରେ ହତ୍ୟା ଧମକ ମିଳିଥିବା କହିଛି ଏନସିପି। ପାଓ୍ଵାରଙ୍କ ଝିଅ ତଥା ଏନସିପି ସାଂସଦ ସୁପ୍ରିୟା ସୁଲେଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମୁମ୍ବାଇ ପୋଲିସ ମୁଖ୍ୟଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଖୁବ ଶୀଘ୍ର ନରେନ୍ଦ୍ର ଦାଭୋଲକରଙ୍କ ଦଶା ଭୋଗିବାକୁ ପଡ଼ିବ ବୋଲି ଧମକପୂର୍ଣ୍ଣ ବାର୍ତ୍ତାରେ କୁହାଯାଇଛି। ଅନ୍ଧବିଶ୍ୱାସ ବିରୋଧରେ ଲଢ଼ିଥିବା ନରେନ୍ଦ୍ର ଦାଭୋଲକରଙ୍କୁ ୨୦୧୩ରେ ଗୁଳି କରି ହତ୍ୟା କରାଯାଇଥିଲା। ହତ୍ୟା ଧମକର ସ୍କ୍ରିନ ସଟ୍‌ ପୋଲିସକୁ ଦେଇଛନ୍ତି ସୁପ୍ରିୟା ସୁଲେ।

ମୁମ୍ବାଇ ପୋଲିସ କେସ ରେଜିଷ୍ଟର କରିବା ସହ  ଘଟଣାର ତଦନ୍ତ ଆରମ୍ଭ କରିଥିବା କହିଛି। ଏସବୁ କାର୍ଯ୍ୟ ତଳସ୍ତରର ରାଜନୀତି। ଏହା ବନ୍ଦ ହେବା ଉଚିତ ବୋଲି କହିଛଡ଼ନ୍ତି ସୁପ୍ରିୟା ସୁଲେ। ମୁମ୍ବାଇ ପୋଲିସ କେସ ରେଜିଷ୍ଟର କରିବା ସହ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.