ମହାବଳକୁ ବିଷ ଦେଇ ମାରିଦେବା ଅଭିଯୋଗ ପରେ ତନାଘନା, ଓଡ଼ିଶା ଓ ଛତିଶଗଡ ବନବିଭାଗ ପକ୍ଷରୁ ଖୋଳତାଡ଼ ଆରମ୍ଭ

ଛତିଶଗଡ ଉଦନ୍ତୀ ଅଭୟାରଣ୍ୟରେ ଏକ ମହାବଳ ବାଘକୁ ବିଷଦେଇ ମାରିଦେବା ଘଟଣାରେ ଓଡ଼ିଶା ଓ ଛତିଶଗଡ ବନବିଭାଗ ପକ୍ଷରୁ ଖୋଳତାଡ଼ ଆରମ୍ଭ।

କେନ୍ୟୁଜ୍(ବ୍ୟୁରୋ): ମହାବଳ ବାଘକୁ ବିଷ ଦେଇ ମାରିଦେବା ଅଭିଯୋଗ ପରେ ବନବିଭାଗର ତନାଘନା ଆରମ୍ଭ। ଛତିଶଗଡ ଉଦନ୍ତୀ ଅଭୟାରଣ୍ୟରେ ଏକ ମହାବଳ ବାଘକୁ ବିଷଦେଇ ମାରିଦେବା ଘଟଣାରେ ଓଡ଼ିଶା ଓ ଛତିଶଗଡ ବନବିଭାଗ ପକ୍ଷରୁ ଖୋଳତାଡ଼ ଆରମ୍ଭ। ନୂଆପଡା ଜିଲ୍ଲା ଖଡିଆଳ ବନଖଣ୍ଡର ପାଟଦରା ସଂରକ୍ଷିତ ଜଙ୍ଗଲର ଖରତପାଣି ଗାଁରେ ଖଡିଆଳ ବନଖଣ୍ଡ ଅଧିକାରୀ ସୁଶୀଳ କୁମାର ତ୍ରିପାଠୀ ଓ ଛତିଶଗଡ ଉଦନ୍ତୀ ଅଭୟାରଣ୍ୟ ଡିଏଫଓ ବରୁଣ ଜୈନଙ୍କ ନେତୃତ୍ୱରେ ବନବିଭାଗର ସ୍ୱତନ୍ତ୍ର ଟିମ ଚଢାଉ କରିଛି।

ଖରତପାଣିର ଶିକାରୀ ରାମଚନ୍ଦ୍ର ମାଝିଙ୍କ ଘରେ ଚଢାଉ କରି କଲରାପତରିଆ ବାଘଛାଲ,ବାଘନଖ, ହାଡ, କଙ୍କାଳ ଓ ବାରହା ଜବତ ହୋଇଛି। ଉଦ୍ଧାର ହୋଇଥିବା ବାଘଛାଲ, ନଖ ଓ ହାଡର ଡିଏନଏ ଟେଷ୍ଟ ପାଇଁ ୱାଇଲଡଲାଇଫ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆଙ୍କୁ ପଠାଯାଇଥିବା ଖଡିଆଳ ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି। ପୂର୍ବରୁ ଏହି ଘଟଣାରେ ସଂପୃକ୍ତ ଥିବା ୫ଜଣ ଶିକାରୀଙ୍କୁ ବନବିଭାଗ ଗିରଫ କରି କୋର୍ଟ ଚାଲାଣ କରିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.