Below header

ଓମିକ୍ରନ ଭାରିଆଣ୍ଟ ଚିନ୍ତାଜନକ କିନ୍ତୁ ଆତଙ୍କିତ ହେବାର ନାହିଁ: ଜୋ ବାଇଡେନ

ନୂଆଦିଲ୍ଲୀ : ଓମିକ୍ରନ ଚିନ୍ତାଜନକ କିନ୍ତୁ ଆତଙ୍କିତ ହେବାର ନାହିଁ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି, ଡେଲଟା ଭାରିଆଣ୍ଟ ସହ ଲଢ଼ିଲୁ । ବିପଦଜ୍ଜନକ ଡେଲଟା ସଙ୍କ୍ରମଣ କମାଇଲୁ । ଏବେ ଓମିକ୍ରନ ସହ ଲଢ଼େଇ ହେବ । ଆମେରିକାରେ ସମସ୍ତଙ୍କୁ ଟିକା ନେବାକୁ ଅପିଲ କଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ । ବୁଷ୍ଟର ଡୋଜ୍‌ ନେବାକୁ ବି ଆପିଲ କଲେ । ଟିକା ସହ ବୁଷ୍ଟର ନେଇଥିଲେ ଆପଣ ସୁରକ୍ଷିତ ବୋଲି କହିଛନ୍ତି ବାଇଡେନ୍‌ । ନିଦ ହଜାଇ ଦେଲାଣି କରୋନା ଭାଇରସ୍‌ର ଏହି ନୂଆ ଭାରିଆଣ୍ଟ । ଦ୍ରୁତ ଗତିରେ ବ୍ୟାପୁଥିବା ବହୁରୂପୀ ଓମିକ୍ରନ ବିଶ୍ୱ ପାଇଁ ବଡ଼ ବିପଦ ଆଣିପାରେ ।

ଅନ୍ୟପଟେ ଏକ୍ସପର୍ଟ ଆଶଙ୍କା ବ୍ୟକ୍ତ କରିଛନ୍ତି ଯେ ବି.୧.୧.୫୨୯ ମୋନୋକ୍ଲୋନଲ ଆଣ୍ଟିବଡିର ଚିକିତ୍ସାକୁ ମଧ୍ୟ ମାତ୍‌ ଦେଇପାରେ ଏହି ନୂଆ ଭ୍ୟାରିଏଣ୍ଟ। ଦକ୍ଷିଣ ଆଫ୍ରିକା ସମେତ ଅନ୍ୟ ସ୍ଥାନରେ ଓମିକ୍ରନ୍‌ ସଂକ୍ରମଣର ପ୍ରାରମ୍ଭିକ ଟେଷ୍ଟ ରିପୋର୍ଟ ଦେଖିବା ପରେ ଏକ୍ସପର୍ଟ କହିଛନ୍ତି, କରୋନାର ଏହି ନୂଆ ଷ୍ଟ୍ରେନ୍‌ କରୋନାର ଡେଲ୍ଟା ଭ୍ୟାରିଏଣ୍ଟଠାରୁ ୬ ଗୁଣ ଅଧିକ ବେଗରେ ବ୍ୟାପିବା କ୍ଷମତା ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.