Below header

ସରଗରମ ହେବ ବିଧାନସଭା ଶୀତ ଅଧିବେଶନ: ସୁରକ୍ଷା ବ୍ୟବସ୍ଥା ହେଲା କଡ଼ାକଡ଼ି ,୩୦ ପ୍ଲାଟୁନ୍ ଫୋର୍ସ ହେବେ ମୁତୟନ

ଭୁବନେଶ୍ୱର (କେନ୍ୟୁଜ): ଏଥର ସରଗରମ ହେବ ବିଧାନସଭା ଶୀତ ଅଧିବେଶନ। ଆସନ୍ତାକାଲିଠୁ ଆରମ୍ଭ ହେଉଛି ଅଧିବେଶନ। ନିଜ ନିଜ ଦଳର ରଣନୀତି ପ୍ରସ୍ତୁତ ନେଇ ଆଜି ବସୁଛି ବିଧାୟକ ଦଳ ବୈଠକ। ଏଥର ସରକାରଙ୍କୁ ଘେରିବା ପାଇଁ ବିଜେପି ହାତରେ ରହିଛି ମାଳ ମାଳ ପ୍ରସଙ୍ଗ। ମମିତା ହତ୍ୟାକାଣ୍ଡ, ଏସିଏଫ୍‌ ସୌମ୍ୟରଞ୍ଜନଙ୍କ ସନ୍ଦେହଜନକ ମୃତ୍ୟୁ ମାମଲା ଓ ମାହାଙ୍ଗା ଡବଲ ମର୍ଡର ପ୍ରସଙ୍ଗ ଉଠାଇବ ଦଳ।

ସେହିପରି କଂଗ୍ରେସ ହାତରେ ମଧ୍ୟ ରହିଛି ଚାଷୀ ସମସ୍ୟା, ବେକାରୀ ଓ ଦରବୃଦ୍ଧି ସହ ଆଇନଶୃଙ୍ଖଳା ପ୍ରସଙ୍ଗ। ମୁକାବିଲା ପାଇଁ ଶାସକ ଦଳ ମଧ୍ୟ ପ୍ରସ୍ତୁତ ହୋଇ ରହିଛି। ବିଜେଡି ଏଥର ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଦରବୃଦ୍ଧି ସହ କେନ୍ଦ୍ର ଅବେହେଳାକୁ ପ୍ରସଙ୍ଗ କରିବ। କୋଭିଡ୍‌ କଟକଣା ଭିତରେ ସକାଳ ସାଢେ ୧୦ଟାରୁ ଦିନ ୧ଟା ୩୦ ଓ ଅପରାହ୍ନ ୪ଟାରୁ ସନ୍ଧ୍ୟା ୪ଟା ପର୍ଯ୍ୟନ୍ତ ଚାଲିବ। ତ୍ରିସ୍ତରୀୟ ସୁରକ୍ଷା ମଧ୍ୟରେ ଚାଲିବ ଗୃହକାର୍ଯ୍ୟ। ଏଥର ଅଧିବେଶନରେ ମୋଟ ୨୬ଟି କାର୍ଯ୍ୟଦିବସ ରହିଛି। ୩୦ପ୍ଲାଟୁନ୍‌ ପୋଲିସ ଫୋର୍ସ ସହ ୧୫୦ ଅଫିସର ମୁତୟନ ହେବେ।

ସୁରକ୍ଷା ବ୍ୟବସ୍ଥା ତଦାରଖ ପାଇଁ ବିଧାନସଭା ବାହାର ଓ ଭିତର ଯାଞ୍ଚ କରିବେ ପୋଲିସ ଡିଜି। ପିଏମ୍‌ଜିରେ ନୂଆ ସିସିଟିଭି କ୍ୟାମେରା ଲଗାଯାଇଛି। ଆତ୍ମାହୁତି ରୋକିବା ଲାଗି ବିଧାନସଭା ମାର୍ଗରେ କଟକଣା ଜାରି କରାଯାଇଛି। ଜୟଦେବ ଭବନ ଠାରୁ ରବିନ୍ଦ୍ର ମଣ୍ଡପ ଛକ, ରବୀନ୍ଦ୍ର ମଣ୍ଡପ ଛକଠାରୁ ୧୨୦ ବାଟାଲିୟନ୍‌ ଛକ ଯାଏଁ ସାଧାରଣ ଲୋକଙ୍କ ଯାତାୟତ ଉପରେ ପ୍ରତିବନ୍ଧକ ଲଗାଯାଇଛି। .

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.