ବାହାଘରରେ ରାଜେଶ ଖାନାଙ୍କ ଗୀତରେ ନାଚୁଥିଲେ ବ୍ୟକ୍ତି, ହେଲେ ହଠାତ୍‌ ଚାଲିଗଲା ଜୀବନ

ମୃତ୍ୟୁ କେତେ ବେଳେ କେଉଁଠି କାହାକୁ ଅପେକ୍ଷା କରିଥାଏ, ତାହା କାହାକୁ ଜଣାନଥାଏ। ତେଣୁ ହଠାତ୍‌ କାହା ଜୀବନ ଚାଲିଯାଏ, ତାହା ଜଣାପଡେନାହିଁ। ଆପଣ ହୁଏତ ଏମିତି କେତେ ଘଟଣା ଦେଖିଥିବେ କିମ୍ବା ଶୁଣିଥିବେ। ମୃତ୍ୟୁକୁ କେହି ଦେଖିପାରନ୍ତି ନାହିଁ, ତେଣୁ ତାକୁ ଅଟକାଇବା କାହା ପାଖେ ସମ୍ଭବ ନୁହେଁ। ଏମିତି କିଛି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି। ଯେଉଁଥିରେ ବାହାଘରର ଖୁସି କାହା ପାଇଁ ଦୁଃଖରେ ପରିଣତ ହୋଇଛି। ନାଚି ନାଚି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି।

ଏହି ଭିଡିଓରେ ଜଣେ ବ୍ୟକ୍ତି ମହିଳାଙ୍କ ସହିତ ନାଚୁଥିବା ଦେଖିବାକୁ ମିଳିଥିଲେ। ଦୁହେଁ ରାଜେଶ ଖାନାଙ୍କ ଗୀତ ‘ବଦନ ପେ ସିତାରେ ଲପେଟେ ହୁଏ’ ନାଚୁଥିଲେ। କିନ୍ତୁ ଦୁହିଁଙ୍କୁ ଆଗକୁ କ’ଣ ହେବ ଜଣାନଥିଲା। ନାଚୁଥିବା ବେଳେ ବ୍ୟକ୍ତିଙ୍କୁ ହୃଦଘାତ ହୋଇଥିଲା। ଆଉ ସେ ତଳେ ପଡିଯାଇଥିଲେ। କିଛିକ୍ଷଣ ମଧ୍ୟରେ ତାଙ୍କ ଜୀବନ ଚାଲିଯାଇଥିଲା। ଏହି ଭିଡିଓ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି। ସୋସିଆଲ ମିଡିଆରେ ଭିଡିଓକୁ ନେଇ ଅନେକ ପ୍ରକାର କମେଣ୍ଟ ଆସୁଛି। ଭିଡିଓ ଭାଇରଲ ହେବାରେ ଲାଗିଛି।

ଭିଡିଓ ଦେଖିଲେ ଆପଣ ନିଶ୍ଚିତ ଜାଣିପାରିବେ, କିଭଳି ଖୁସିରେ ନାଚୁଥିବା ବ୍ୟକ୍ତି ଜଣଙ୍କର ହଠାତ୍‌ ଜୀବନ ଚାଲିଯାଇଛି। ତେଣୁ ଜୀବନ କିଛି ଅଳ୍ପ ଦିନର, ଏହାକୁ ଅଯଥା ନୁହେଁ ହସଖୁସିରେ ଅତିବାହିତ କରିବାକୁ ଚେଷ୍ଟା କରନ୍ତୁ। ଯେତେ ଦୁଃଖ କଷ୍ଟ ଆସିଲେ ସୁଦ୍ଧା ସବୁକିଛିକୁ ସହି ଜୀବନକୁ ଖୁସିରେ ଜିଇଁବାକୁ ଚେଷ୍ଟା କରନ୍ତୁ।