Below header

ଏବେ ବିନା ସ୍ପର୍ଶରେ ବି ‘ୱାସବେସିନ’ରେ ଧୋଇ ହୋଇଯିବ ହାତ, କରୋନା ମୁକ୍ତ ପାଇଁ ଏମିତି ଉପାୟ ଆପଣାଇଲା ରେଲୱେ

ନିଜ କର୍ମଚାରୀ ଏବଂ ଯାତ୍ରୀମାନଙ୍କୁ କରୋନା ଭାଇରସ ସଂକ୍ରମଣରୁ ମୁକ୍ତ ରଖିବା ପାଇଁ ରେଲୱେ ‘ହ୍ୟାଣ୍ଡସ-ଫ୍ରୀ’ ୱାସବେସିନ ଲଗାଇବାକୁ ଯୋଜନା କରୁଛି। ରେଲୱେ ନିଜର ସମସ୍ତ ଷ୍ଟେସନ, କ୍ଷେତ୍ର ୟୁନିଟ ଏବଂ ହସ୍ପିଟାଲଗୁଡିକରେ ଏହାକୁ ଲଗାଇବ। ଏଥିସହ ଯାତ୍ରୀ ଡବାଗୁଡିକରେ ମଧ୍ୟ ହ୍ୟାଣ୍ଡସ-ଫ୍ରୀ ୱାସବେସିନ ଲଗାଇବା ପାଇଁ କହିଛି।

ଏହି ହ୍ୟାଣ୍ଡସ-ଫ୍ରୀ ୱାସବେସିନ ବ୍ୟବହାରକାରୀଙ୍କୁ ବୋତଲରେ ପାଣି କିମ୍ବା ସାବୁନ(ତରଳ) ନେବା ପାଇଁ ଗୋଡ଼ରେ ଏକ ପେଡାଲକୁ ଦବାଇବାକୁ ପଡିବ। ସାଧାରଣ ୱାସବେସିନ ଭଳି ଏହାକୁ ହାତରେ ସ୍ପର୍ଶ କରିବାକୁ ପଡିବ ନାହିଁ। ଉତ୍ତର ରେଲୱେର କାର୍ଯ୍ୟଶାଳା, ସ୍ଥାନୀୟ ସାଧନ ଏବଂ ବିଭାଗୀୟ ଇଞ୍ଜିନିୟରିଂ ସହାୟତାରେ ହ୍ୟାଣ୍ଡସ-ଫ୍ରୀ ୱାସବେସିନର ଅନେକ ମଡେଲ ପ୍ରସ୍ତୁତ କରିଛି।

88

ଏଥିରେ ଫୁଟ ପେଡାଲ କ୍ଲଚ ୱେୟାର ମେକାନିଜମ, ଫୁଟ ପେଡାଲ ମେକାନିକାଲ ୱାସବେସିନ, ବିଜୁଳିରୁ ଯାନ୍ତ୍ରିକ ଉପାୟରେ ଚାଲୁଥିବା ୱାସବେସିନ ଏବଂ ସେନ୍ସର ସାହାଯ୍ୟରେ ସଂଚାଳିତ ହେଉଥିବା ୱାସବେସିନ ସାମିଲ ଅଛି। ଜୋନର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ, ହ୍ୟାଣ୍ଡସ-ଫ୍ରୀ ୱାସବେସିନ କେବେଠାରୁ ଉପଯୋଗରେ ଅଣାଯିବ, ତାହା ଅର୍ଡର ଅନୁସାରେ ନିର୍ଣ୍ଣୟ କରାଯିବ।

ସେହିପରି ଉତ୍ତର ରେଲୱେର ପ୍ରିନ୍ସିପାଲ ଚିଫ ମେକାନିକାଲ ଇଂଜିନିୟର ଅରୁଣ ଆରୋରା କହିଥିଲେ, ‘ଏହା ଏମିତି ଏକ ଭରସାଯୋଗ୍ୟ ୱାସବେସିନ, ଯଦ୍ଦ୍ୱାରା ଆପଣ ନଳ ଏବଂ ସାବୁନ(ତରଳ) ବୋତଲକୁ ବିନା ସ୍ପର୍ଶରେ ଯେତେଥର ଚାହିଁବେ, ସେତେଥର ବ୍ୟବହାର କରିପାରିବେ। ଏହି ହ୍ୟାଣ୍ଡସ-ଫ୍ରୀ ୱାସବେସିନର ଦାମ 8,000ରୁ ଆରମ୍ଭ କରି 11,000 ଟଙ୍କା ମଧ୍ୟରେ ରହିଛି’।

9

ସେ ଆହୁରି କହିଥିଲେ ଯେ ‘ଥରେ ଏହାର ଉତ୍ପାଦନ ବଡ଼ ସ୍ତରରେ ଆରମ୍ଭ ହୋଇଗଲେ ମୂଲ୍ୟ ହ୍ରାସ ପାଇବ’। ଉତ୍ତର ରେଲୱେର ଜଗଧାରୀସ୍ଥିତ କାର୍ଯ୍ୟଶାଳାରୁ ଏହି ୱାସବେସିନକୁ ବିକଶିତ କରାଯାଇଛି। ରେଲୱେର ଫିଲଡ କାର୍ଯ୍ୟାଳୟଗୁଡିକରେ ବର୍ତ୍ତମାନ 70ଟି ୱାସବେସିନ ଲଗାଯାଇଛି। ଅରୁଣ ଆରୋରାଙ୍କ କହିବା ଅନୁଯାୟୀ, ଲକଡାଉନ ଶେଷ ହେବା ପରେ ରେଲୱେର ସମସ୍ତ ଫିଲଡ ଅଞ୍ଚଳରେ ଏମିତି ଶତାଧିକ ୱାସବେସିନ ଲଗାଇବାର ଯୋଜନା ଅଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.