Below header

ଟିକେ ତ ମାନବିକତା ଦେଖାଅ! ଭାଇର ଫିସ୍‌ ଛାଡ଼ କରିବାକୁ ଯାଇଥିବା ଯୁବତୀଙ୍କ ଇଜ୍ଜତ ଲୁଟିଲା ସ୍କୁଲ ମ୍ୟାନେଜର

କରୋନା ଲକ୍‌ଡାଉନ୍‌ ଯୋଗୁ ଏବେ ସମସ୍ତେ ଆର୍ଥିକ ଦୂରାବସ୍ଥା ଦେଇ ଗତି କରୁଛନ୍ତି। କାହା ଘରେ ଖାଇବାକୁ ନାହିଁ ଆଉ କାହା ପାଖେ ଛୁଆର ସ୍କୁଲ ଫିସ୍‌ ଭରିବାକୁ ଟଙ୍କା ନାହିଁ। ଏଭଳି ସ୍ଥିତିରେ ଭାଇର ସ୍କୁଲ ଫିସ୍‌ କାଟିବାକୁ ଅନୁରୋଧ କରିବାକୁ ଯାଇଥିବା ଜଣେ ଭଉଣୀକୁ ସ୍କୁଲ ମ୍ୟାନେଜର ସାନ୍ତ୍ୱନା ଦେବା ବଦଳରେ କରିଛନ୍ତି ଦୁଷ୍କର୍ମ। ଏନେଇ ପୀଡ଼ିତା ପୋଲିସରେ ଅଭିଯୋଗ କରିବା ପରେ ସତ ସାମ୍ନାକୁ ଆସିଛି।

ଘଟଣାଟି ଉତ୍ତରପ୍ରଦେଶ ନୋଏଡ଼ାର। ଏଠାରେ ଶ୍ରୀ ପ୍ରଧାନଙ୍କ ପୁଅ କୁନାଲ ସ୍ଥାନୀୟ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପଢ଼େ। ଲକ୍‌ଡାଉନ୍‌ ଯୋଗୁ ବାପାଙ୍କ ବେପାର ନ ଚାଲିବାରୁ ପୂରା ପରିବାର ଆର୍ଥିକ କ୍ଷତିରେ ଚାଲୁଥିଲା। ଏଣୁ ପୁଅର ସ୍କୁଲ ଫିସ୍‌ ଦେଇ ପାରିନଥିଲେ। ଏଥିପାଇଁ ସ୍କୁଲରୁ ବାରମ୍ବାର ଫୋନ୍‌ କଲ ଯାଉଥିଲା। ବାରମ୍ବାର ସ୍କୁଲରୁ କଲ ଯିବାରୁ ବାଧ୍ୟ ହୋଇ କୁନାଲର ଭଉଣୀ ଝୁନୁ(ଛଦ୍ମନାମ-୨୦) ସ୍କୁଲକୁ ଯାଇ ମ୍ୟାନେଜରକୁ ଦେଖା ହୋଇଥିଲେ ଓ ଫିସ୍‌ ଛାଡ଼ କରିବାକୁ ଅନୁରୋଧ କରିଥିଲେ।

crime3

ମାତ୍ର ମ୍ୟାନେଜର ଫିସ୍‌ ଛାଡ଼ କରିବେ କ’ଣ ଏକୁଟିଆ ପାଇଁ ଝୁନୁକୁ ଦୁର୍ଷ୍କମ କରିଥିଲା। ଝୁନୁ ଯେତେ କାକୁତିମିନତି ହେଲେ ବି ଛାଡ଼ିନଥିଲା ମ୍ୟାନେଜର। ଦୀର୍ଘ ୨ ଘଣ୍ଟାର ପାଶବିକ ଅତ୍ୟାଚାର ପରେ ମ୍ୟାନେଜରର ମନ ବୁଝିଥିଲା ଓ ସେ ଝୁନୁକୁ ଛାଡ଼ିଦେଇଥିଲା। ଝୁନୁ ଘରକୁ ଫେରି ଏନେଇ କହିବା ପରେ ତା’ ବାପା ପୋଲିସରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୋଲିସ ସ୍କୁଲ ଯାଇ ଖୋଜାଖୋଜି କରିବାରୁ ମ୍ୟାନେଜର ଫେରାର ହୋଇଯାଇଥିଲା। ପୋଲିସ ଟିମ୍‌ ଏବେ ମ୍ୟାନେଜରକୁ ଖୋଜୁଛି। ତେବେ ଏହି ପାଶବିକ ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.