Below header

‘ଷ୍ଟ୍ୟାଚୁ ଅଫ ୟୁନିଟି’ ହେଲା ଲିକେଜ୍, ଦୋଷ ଲୁଚାଇବାକୁ ଅଫିସର କହୁଛନ୍ତି ଏହା ଏକ ଡିଜାଇନ

ନୂଆଦିଲ୍ଲୀ: ୩୧ ଅକ୍ଟୋବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩୦୦୦କୋଟି ଟଙ୍କା ଖର୍ଚ୍ଚକରି ଲୌହ ମାନବଙ୍କ ଏକ ବିଶାଳ ପ୍ରତିମୂର୍ତ୍ତି ନିର୍ମାଣ କରିଥିଲେ ଯାହର ନାମ ଦିଆଯାଇଥିଲା ‘ଷ୍ଟ୍ୟାଚୁ ଅଫ ୟୁନିଟ’। ଏହି ପ୍ରତିମୂର୍ତ୍ତି ବିଶ୍ବର ସବୁଠାରୁ ଉଚ୍ଚା ମୂର୍ତ୍ତି ବୋଲି ଆଖ୍ୟା ପାଇଛି। ହେଲେ ।ଦିନ କେଇଟା ନବିତୁଣୁ ଏହି ଷ୍ଟ୍ୟାଚୁର ଦର୍ଶକ ଗ୍ୟାଲେରୀରେ ବର୍ଷା ପାଣି ଝରିବାକୁ ଲାଗିଲାଣି। କେବଳ ଦର୍ଶକ ଗ୍ୟାଲେରୀ ନୁହେଁ ବରଂ ଅନ୍ୟ କୋଠରୀ ଓ ମ୍ୟୁଜିୟମରେ ମଧ୍ୟ ପାଣି ଝରିବାକୁ ଲାଗିଲାଣି

statue of unity leak

ଏହି ବିଷୟରେ ଏଲ ଆଣ୍ଡ ଟି ଓ ‘ଷ୍ଟ୍ୟାଚୁ ଅଫ ୟୁନିଟ’ର ସିଇଓ ଖବର ପାଇବା ପରେ ସେଠାରେ ତଦନ୍ତ ପାଇଁ ପହଞ୍ଚିଥିଲେ। ସେହି ସମୟରେ କିଛି ଗଣମାଧ୍ୟମ ପ୍ରତିନିଧି ଅଧିକାରୀ ମାନଙ୍କୁ ପ୍ରଶ୍ନ କରିବାରୁ ଅଧିକାରୀ ମାନେ କହିଥିଲେ ଏହା ଏକ ଡିଜାଇନର ଅଂଶ ଅଟେ। ସେମାନଙ୍କର ଏହି ହାସ୍ୟସ୍ପଦ କଥାରେ ସମସ୍ତେ ଚକିତ ହୋଇଯାଇଥିଲେ। ପରେ ଅଧିକାରୀ ମାନେ କହିଥିଲେ ପାଣିର ସମସ୍ୟାରେ କିଛିବି କ୍ଷତି ହେଉନାହିଁ କିନ୍ତୁ ଆଗାମୀ ଦିନରେ ଏହାକୁ ଅଧିକ ଧ୍ୟାନ ଦିଆଯିବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.