ବଦଳିଲା ସିଦ୍ଧି ବିନାୟକ ମନ୍ଦିରରେ ପ୍ରବେଶ ନିୟମ, ଏବେ କ୍ୟୁଆର କୋଡ୍‌ ଦେଖାଇବା ପରେ ହିଁ କରିପାରିବେ ବପ୍ପାଙ୍କ ଦର୍ଶନ

କରୋନା ମହାମାରୀ ଯୋଗୁ ଦେଶର ସବୁ ମନ୍ଦିରରେ ଦର୍ଶନ କରିବା ପାଇଁ ନୂଆ ଉପାୟ ଆପଣାଯାଇଛି। ଭାରତର ଆର୍ଥିକ ରାଜଧାନୀ ମୁମ୍ବାଇ ସହରସ୍ଥିତ ସିଦ୍ଧି ବିନାୟକ ମନ୍ଦିରରେ ମଧ୍ୟ ନୂଆ ଟେକ୍ନିକ୍‌ରେ ଦର୍ଶନ କରାଇବାକୁ ଯୋଜନା ହୋଇଛି। ମନ୍ଦିର ପ୍ରଶାସନ ମନ୍ଦିରରେ କ୍ୟୁଆର କୋଡ୍‌ ସିଷ୍ଟମ୍‌ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅର୍ଥାତ୍‌ କ୍ୟୁଆର କୋର୍ଡ ଦେଖାଇବା ପରେ ହିଁ ଭକ୍ତଙ୍କୁ ମନ୍ଦିରରେ ପ୍ରବେଶ କରିବାକୁ ଅନୁମତି ମିଳିବ।

ମନ୍ଦିରରେ ୨୦୦ ଲୋକଙ୍କୁ ପ୍ରବେଶ ଅନୁମତି ମିଳିବ:

ଦେଶରେ ପ୍ରଥମ ଥର ପାଇଁ କୌଣସି ମନ୍ଦିରରେ ଏଭଳି ଟେକ୍ନିକ୍‌ ବ୍ୟବହାର କରାଯାଇଛି। ଏଭଳି କରିବା ଫଳରେ ସବୁ କିଛି କମ୍ପ୍ୟୁଟର ହାତକୁ ଚାଲିଯିବ। ଏଥିସହ ମନ୍ଦିରରେ କେବଳ ୨୦୦ ଲୋକଙ୍କୁ ପ୍ରବେଶ ଅନୁମତି ମିଳିବ। ୨୦୦ ଲୋକ ପ୍ରବେଶ କରିବା ପରେ ମନ୍ଦିରର ଦ୍ୱାର ଆପେ ଆପେ ବନ୍ଦ ହୋଇଯିବ। କେବଳ ଏତିକି ନୁହେଁ ଯଦି କୌଣସି ଭକ୍ତ ମାସ୍କ ପିନ୍ଧିନଥିବ ତେବେ ମନ୍ଦିର ଦ୍ୱାର ତାଙ୍କ ପାଇଁ ଖୋଲିବ ହିଁ ନାହିଁ। ସୂଚନା ମୁତାବକ ଏହି ନୂଆ ବ୍ୟବସ୍ଥା ପାଇଁ ମନ୍ଦିର ପ୍ରଶାସନ ୨ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

ମନ୍ଦିରରେ ପ୍ରବେଶ କରିବାର ପୂରା ପ୍ରକ୍ରିୟା:

  • ମନ୍ଦିରରେ ଦର୍ଶନ ପାଇଁ ପ୍ରଥମେ ସିଦ୍ଧି ବିନାୟକ ମନ୍ଦିର ଆପ୍‌କୁ ଯାଇ ନିଜର ରେଜିଷ୍ଟ୍ରେସନ୍‌ କରିବାକୁ ପଡ଼ିବ।
  • ମନ୍ଦିରରେ ଆସୁଥିବା ସମସ୍ତ ଭକ୍ତଙ୍କୁ ଏକ ୟୁନିକ୍‌ ନମ୍ବର ଦିଆଯିବ।
  • କ୍ୟୁଆର କୋଡ୍‌ ସ୍କାନ୍‌ କରିବା ପରେ ଭକ୍ତଙ୍କୁ ଭିତରକୁ ଯିବାକୁ ଅନୁମତି ମିଳିବ।
  • ଭକ୍ତଙ୍କ ଶରୀରର ତାପମାତ୍ରା ମେସିନ୍‌ ଦ୍ୱାରା ଚେକ୍‌ କରାଯିବ।
  • ଶରୀରର ତାପମାତ୍ରା ନର୍ମାଲ ନଥିବା ବ୍ୟକ୍ତିଙ୍କୁ ମେସିନ୍‌ ମନ୍ଦିରରେ ପ୍ରବେଶ କରିବାକୁ ଅନୁମତି ଦେବନାହିଁ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.