ମଦ ସହ ଚାଖଣା ନୁହେଁ, ବରଂ ବ୍ୟକ୍ତି ଜଣକ ଖାଉଥିଲେ ଏମିତି ଜିନିଷ, ଯାହାକୁ ଦେଖି ଉଡ଼ିଗଲା ଲୋକଙ୍କ ହୋସ୍‌

ସାଧାରଣତଃ ଚାଇନିଜ୍‌ମାନେ ଖାଦ୍ୟରେ ବିଭିନ୍ନ ପ୍ରକାର ସାପ ଖାଉଥିବା ଆମେ ଫିଲ୍ମଗୁଡ଼ିକରେ ଦେଖିଥାଉ। କିନ୍ତୁ ଏମିତି ଏକ ଘଟଣା ମଧ୍ୟପ୍ରଦେଶର ସିଙ୍ଗରୋଲି ଜିଲାରେ ଦେଖିବାକୁ ମିଳିଛି। ଯିଏ ଏହି ଦୃଶ୍ୟ ଦେଖିଛି, ସେ ଚକିତ ହୋଇଯାଇଛି। ଏଠାରେ ଜଣେ ବ୍ୟକ୍ତି ମଦ ଦୋକାନ ଆଗରେ ବସି ମଦ ସହ ଜିଅନ୍ତା ସାପ ଖାଉଥିବାର ଦୃଶ୍ୟ ସମସ୍ତଙ୍କୁ ଆଚମ୍ବିତ କରିଦେଇଛି। ଆଉ ତାହା ପୁଣି ବଡ଼ ବଡ଼ ବିଷଧର ସାପ।

ଏହାସହ ପଢ଼ନ୍ତୁ: ମହଙ୍ଗା ମାଡ଼ ଯୋଗୁ ପାକିସ୍ତାନରେ ହାହାକାର, ହାଇକୋର୍ଟଙ୍କୁ ଧାର୍ଯ୍ୟ କରିବାକୁ ପଡ଼ିଲା ଦୁଗ୍ଧର ମୂଲ୍ୟ liquor a

snake2

ଘଟଣାଟି ଘଟିଛି ବିନ୍ଧ୍ୟନଗର ଥାନା ଅଞ୍ଚଳରେ। ବ୍ୟକ୍ତି ଜଣକ ଆଦିବାସୀ ସମ୍ପ୍ରଦାୟର। ସେ ଚାଖଣା ଭାବେ ବିଷାକ୍ତ ସାପ ଧରି ଖାଉଥିଲେ। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଏହି ବ୍ୟକ୍ତି ନିକଟସ୍ଥ ଏକ ଝୋପଡ଼ି ପଟିରେ ରହୁଛନ୍ତି। ସେ ଅନେକ ଥର ଏମିତି ମଦ ସହ ସାପ ଖାଉଥିବା ଆମେ ଦେଖିବାକୁ ପାଇଛୁ।

ଏହାସହ ପଢ଼ନ୍ତୁ: କିନ୍ନର ବେଶରେ ଦୈହିକ ଶୋଷ ମେଣ୍ଟାଉଥିଲେ ଏହି ଯୁବକ, ମହିଳାଙ୍କୁ ହତ୍ୟା ପରେ ପୋଲିସ କଲା ଘଟଣାର ପର୍ଦ୍ଦାଫାଶ

ତେବେ ଘଟଣାସ୍ଥଳରେ ଉପସ୍ଥିତ କିଛି ଲୋକ ତାଙ୍କ ଭିଡିଓ ବନାଇ ଘର ଏବଂ ଠିକଣା ବିଷୟରେ ପଚାରିଥିଲେ। କିନ୍ତୁ ସେ କୌଣସି ଉତ୍ତର ନ ଦେଇ ଖାଇପିଇ ସେଠାରୁ ଚାଲିଯାଇଥିଲେ। ଏବେ ଏହି ଘଟଣା ଆଖପାଖ ଅଞ୍ଚଳରେ ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.