ଲିମକା ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲା ଯୋଡା ମୁଣ୍ଡ ଶିଶୁ ଜଗା-କାଳିଆଙ୍କୁ ଅଲଗା କରିବା ପାଇଁ ହୋଇଥିବା ସର୍ଜରୀ

ଭୁବନେଶ୍ବର: କନ୍ଧମାଳ ଜିଲ୍ଲାର ଯୋଡା ମୁଣ୍ଡ ଥିବା ଜଗା କାଳିଆ ଦୁଇ ଭାଇଙ୍କୁ ସଫଳତାର ସହିତ ଅଲଗା କରାଯାଇଥିବା ଖବର ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଥିଲା । ତେବେ ଦୁଇ ଭାଇଙ୍କ ସର୍ଜରୀ ଏବେ ଲିମକା ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛି । ଏହି ସର୍ଜରୀ ଦିଲ୍ଲୀର ଏମସ୍ ହସ୍ପିଟାଲର ଡାକ୍ତର ମାନଙ୍କ ଦ୍ବାରା କରାଯାଇଥିଲା । ଏହି ସଫଳ ଅପରେସନ୍କୁ ଲିମକା ବୁକ୍ ଅଫ୍ ରେକର୍ଡର ୨୦୨୦ ସଂସ୍କରଣରେ ସ୍ଥାନ ଦିଆଯାଇଛି ।

ରିପୋର୍ଟ ମୁତାବକ ଲିମକା ବୁକ୍ ଏହାକୁ ନିଜ ତରଫରୁ ଦେଶର ପ୍ରଥମ ଅପରେସନ୍ ହିସାବରେ ସ୍ଥାନ ଦେଇଛି । ଯେଉଁ ସର୍ଜରୀ ୧୨୫ ଜଣ ଡକ୍ଟର ଏବଂ ପାରାମେଡିକାଲ୍ ଟିମ୍ ସାମିଲ ଥିଲେ । ଏହି ଟିମର ନେତୃତ୍ୱ ନେଇଥିଲେ ପ୍ରଫେସର ଅଶୋକ କୁମାର ମହାପାତ୍ର ଏବଂ ଡକ୍ଟର ଦୀପକ କୁମାର ଗୁପ୍ତା । ଏହା ଅତି ଜଟିଳ ସର୍ଜରୀ ଥିବାବେଳେ ଏହାକୁ ଦୁଇ ଥରରେ ଶେଷ କରାଯାଇଥିଲା । ପ୍ରଥମେ ୨୦୧୭ ଅଗଷ୍ଟ ୨୮ ତରିଖରେ କରାଯାଇଥିବାବେଳେ ଦ୍ବିତୀୟଟି ୨୫ ଅକ୍ଟୋବରରେ କରାଯାଇଥିଲା ।

ଏହାସହ ପଢନ୍ତୁ:

‘କୌନ୍ ବନେଗା କରୋଡପତି’ରେ ନଜର ଆସିବେ କିଟ୍ ଓ କିସ୍ ର ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତ, ଖୁବ୍ ଶିଘ୍ର ଟେଲିକାଷ୍ଟ ହେବ ଏହି ଏପିସୋଡ୍

ପ୍ରଫେସର ମହାପାତ୍ରଙ୍କ କହିବା ମୁତାବକ, ଏହି ସର୍ଜରୀ ପୂର୍ବରୁ ପାଖାପାଖି ତିନି ଥର ଡମି ଅପରେସନ୍ କରାଯାଇଥିଲା । ଗତ ୩୩ ବର୍ଷ ଭିତରେ ଦୁନିଆରେ ଏଭଳି ଜଟିଳ ସର୍ଜରୀ ପାଖାପାଖି ୧୨ ରୁ ୧୩ଟି ହୋଇଛି । ଅନ୍ୟପଟେ ଏହି ସର୍ଜରୀ ପରେ ଜଗା ଏବଂ କାଳିଆକୁ ପାଖାପାଖି ୨ବର୍ଷ ଦିଲ୍ଲୀ ଏମ୍ସରେ ହିଁ ରଖାଯାଇଥିଲା । ତେବେ ସେପ୍ଟେମ୍ବର ୨୦୧୯ରେ ଏହି ଦୁଇ ଭାଇ ଓଡିଶା ଫେରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.