କୌଣସି ବଲିଉଡ ଷ୍ଟାର ଠାରୁ କମ ନୁହେଁ ଏହି ଜୀବଟିର ଅଭିନୟ, ମଜା ନେବା ପାଇଁ ଧ୍ୟାନର ସହ ଦେଖନ୍ତୁ ଏହି ଭିଡିଓ

ଭାରତରେ ଅଜବ ଗଜବ ଘଟଣା ଗୁଡିକର ଦୃଷ୍ଟାନ୍ତ କିଛି କମ ଦେଖିବାକୁ ମିଳେନାହିଁ । ଖାଲି ଯେ ସାଧାରଣ ମଣିଷ ଯେ ଏଠି ଅସାଧାରଣ କାମ କରନ୍ତି ତାହା ନୁହେଁ ଏଠାକାର ପଶୁ ପକ୍ଷୀଙ୍କ ଅନ୍ଦାଜ ବି କିଛିଟା ନିଆରା । ଯାହାକୁ ଦେଖି ଆପଣ କେବେ କେବେ ତ ନିଜ ଆଖିକୁ ବି ବିଶ୍ୱାସ କରିପରିବେ ନାହିଁ । ନିଶ୍ଚିତ ରୂପେ ଆପଣଙ୍କ ମନକୁ ପ୍ରଶ୍ନ ଆସିବ ଯେ, ସତରେ କଣ ଏମିତି ହୋଇପାରେ ? ତେବେ ଆସନ୍ତୁ ସେହିପରି ଏକ ରୋଚକପୂର୍ଣ୍ଣ ଘଟଣା ବିଷୟରେ ଆଜି ଜାଣିବା । ବରିଷ୍ଠ ବନ ବିଭାଗ ଅଧିକାରୀ ବା ଆଇଏଫଏସ ସୁଶାନ୍ତ ନନ୍ଦା ଜୀବଜନ୍ତୁଙ୍କ ଅଜବ ଗଜବ କାରନାମାକୁ ନେଇ ଅଧିକାଂଶ ସମୟରେ ନିଜ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ଭିଡିଓ ସେୟାର କରିଥାନ୍ତି | ଯାହାକୁ ଦେଖି ଯେକେହି ବି ନହସି ବା ଆଚମ୍ବିତ ନ ହୋଇ ରହିପାରିବ ନାହିଁ ।

ନିକଟରେ ହିଁ ସୁଶାନ୍ତ ଜଙ୍ଗଲର ଦୁଇ ଜୀବଙ୍କର ଏମିତି ଏକ କ୍ୟୁଟ ଭିଡିଓ ସେୟାର କରିଛନ୍ତି, ଯାହାକୁ ଦେଖି “ଟମ ଏଣ୍ଡ ଜେରୀ” କାର୍ଟୁନ କଥା ମନେ ପଡିଯିବ । ଖାଲି ସେତିକି ନୁହେଁ ଭିଡିଓଟି ସହ ଏକ ଦମଦାର କ୍ୟାପ୍ସନ ବି ଦେଇଛନ୍ତି ସୁଶାନ୍ତ । ତେବେ ଆସନ୍ତୁ ଜାଣିବା ଭିଡିଓ ଟିରେ ଏମିତି କଣ ଅଛି ଯାହାକି ସୋସିଆଲ ମିଡ଼ିଆରେ ଏତେ ହଇ ଚଇ ସୃଷ୍ଟି କରିଛି | ଏହି ଭିଡିଓ ଟିରେ ଏକ କୁକୁର ନଜର ଆସୁଛି । ଯିଏକି ପ୍ରଥମେ ଭୂମିରେ ପଡିଥିବା ଏକ ପକ୍ଷୀକୁ ଏକ ଅଜବ ଅନ୍ଦାଜରେ ଦେଖୁଛି । ଆଉ ଦେଖୁ ଦେଖୁ ତା ନଜର ଟି କିଛି ସମୟ ପାଇଁ ଭଟକି ଅନ୍ୟ ଆଡକୁ ଚାଲି ଯାଉଛି । ଏହି ସମୟରେ ସୁଯୋଗର ଫାଇଦା ଉଠାଇ ପକ୍ଷୀଟି ସେହି ସ୍ଥାନରୁ ଧପ କିନା ଖସି ପଳାଉଛି । ଯେବେକି ସମସ୍ତଙ୍କର ଧାରଣା ଥିଲା କି ପକ୍ଷୀଟି ମରି ଯାଇଛି ।

ଭିଡିଓ ଟିକୁ ଦେଖି ସମସ୍ତେ ପକ୍ଷୀ ଟିର ଅଭିନୟର ଖୁବ ପ୍ରଶଂସା କରିଛନ୍ତି । ନିଜେ ସୁଶାନ୍ତ ନନ୍ଦା ବି କ୍ୟାପ୍ସନରେ ଲେଖିଛନ୍ତି- କିଛି ଜୀବଜନ୍ତୁ ଜନ୍ମରୁ ହିଁ ନିଜ ରକ୍ତରେ ଅଭିନୟକୁ ନେଇ ଜନ୍ମ ହୋଇଥାନ୍ତି । ପକ୍ଷୀ ଟିର ନିଖୁଣ ଅଭିନୟ ଏମିତି ସମସ୍ତଙ୍କ ହୃଦୟ ଜିଣି ନେଇଛି ଯେ, ଏହି ଦୃଶ୍ୟ ଟିକୁ ଦେଖିଲେ ଯାକାହାର ବି ଏକ ବଲିଉଡ଼ ସିନେମା ଦୃଶ୍ୟ କଥା ମନେ ପଡିଯିବ ନିଶ୍ଚିତ । କହିରଖିବା ଉଚିତ ହେବକି, ଏଯାବତ ଏହାକୁ ୨.୧ ସୋସିଆଲ ମିଡ଼ିଆ ୟୁଜର୍ସ ପସନ୍ଦ କରିଥିବା ବେଳେ ୩୪୬ ରୁ ଅଧିକ ଲୋକ ଲାଇକ କରି ସାରିଲେଣି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.