କାର୍‌ ନମ୍ବର ପ୍ଲେଟ୍‌ ପାଇବା ପାଇଁ ୬୦ କୋଟି ଖର୍ଚ୍ଚ କଲେ ଏହି ବ୍ୟବସାୟୀ, କାର୍‌ ଠାରୁ ନମ୍ବର ପ୍ଲେଟ୍‌ ଦାମ୍‌ ଅଧିକ

ଜାଣିଲେ ଆଶ୍ଚର୍ଯ୍ୟ ହେବେ ଗୋଟିଏ ମନ ମୁତାବକ୍‌ କାର୍‌ ନମ୍ବର ପାଇବା ପାଇଁ ଜଣେ ବ୍ୟବସାୟୀ ଖର୍ଚ୍ଚ କରିଛନ୍ତି ୬୦ କୋଟିରୁ ଅଧିକ ଟଙ୍କା । ଦୁବାଇର ପ୍ରତିଷ୍ଠିତ ଏହି ଭାରତୀୟ ବ୍ୟବସାୟୀ ହେଲେବଲ୍‌ଭିନ୍ଦର ସିଂହ ଶାହାଣି ।

ସେ ତାଙ୍କର ମନ ମୁତାବକ ନମ୍ବର ପ୍ଲେଟ୍‌ ପାଇବା ପାଇଁ ଦୁବାଇ ରୋଡ୍‌ ଟ୍ରାନ୍ସପୋର୍ଟ ଅଥରିଟିଙ୍କୁ ଦେଇଛନ୍ତି ୩୩ ମିଲିୟନ୍‌ ଏଇଡି ବା ଭାରତୀୟ ମୁଦ୍ରାରେ ୬୭.୯୫ କୋଟି ଟଙ୍କା ।

କାର୍‌ଟିଏ କିଣିଲେ ସମସ୍ତେ ଏକ ଭଲ୍‌ ନମ୍ବର ପାଇବା ପାଇଁ ଚାହିଁଥାନ୍ତି । ସଂଖ୍ୟା ଗଣନା(ନ୍ୟୁମୋରଲୋଜି) ଅନୁଯାୟୀ ସେମାନଙ୍କ ପାଇଁ କେଉଁ ସଂଖ୍ୟା ଶୁଭ ହେବ ସେହି ଅନୁଯାୟୀ ସେମାନଙ୍କର ଗାଡ଼ିର ନମ୍ବର ରଖିଥାନ୍ତି ।

ଲୋକଙ୍କର ଏହି ଇଚ୍ଛାକୁ ପୂରଣ କରିବା ପାଇଁ ସରକାର କିଛି ସଂଖ୍ୟାକୁ ନିଲାମ ମାଧ୍ୟମରେ ଦେବାକୁ ବ୍ୟବସ୍ଥା କରିଛନ୍ତି । ଯାହା ଫଳରେ ଗାଡ଼ି ମାଲିକ ତା’ର ଇଚ୍ଛା ମୁତାବକ ନମ୍ବର ପାଇପାରିବ । ହେଲେ ଏଥିପାଇଁ ସରକାରଙ୍କୁ ଅଧିକ ଟଙ୍କା ଦେବାକୁ ପଡ଼ିଥାଏ ।

Indian-Businessman-1

ଏହି ନମ୍ବର ମାଧ୍ୟମରେ ସରକାର ମଧ୍ୟ ମୋଟା ଅଙ୍କର ଅର୍ଥ ନେଇ ରାଜସ୍ୱ ବୃଦ୍ଧି କରିଥାନ୍ତି । ଏହି ନମ୍ବର ପାଇଁ ସରକାର ନିଲାମ ଡାକିଥାନ୍ତି । ଗାଡ଼ି ମାଲିକ ଗୋଟିଏ ଗୋଟିଏ ନମ୍ବର ପାଇବା ପାଇଁ ବେଳେ ବେଳେ ଗାଡ଼ି ମୂଲ୍ୟ ଠାରୁ ମଧ୍ୟ ଅଧିକ ଅର୍ଥ ଦେଇଥାନ୍ତି ।

ଏମିତି ଏକ ଖବର ଜାଣିବାକୁ ମିଳିଛି ଯେଉଁଠି ଜଣେ ବ୍ୟକ୍ତି ଗୋଟିଏ କାର୍‌ ନମ୍ବର ପାଇଁ କାର୍‌ ଠାରୁ ବି ଅଧିକ ମୂଲ୍ୟ ଦେଇଛନ୍ତି । ଏହି ବ୍ୟକ୍ତି ହେଉଛନ୍ତି ଦୁବାଇରେ ପ୍ରତିଷ୍ଠିତ ଭାରତୀୟ ବ୍ୟବସାୟୀ ବଲ୍‌ଭିନ୍ଦର ସିଂହ ଶାହାଣି ।

ସେ ତାଙ୍କର କାର୍‌ ‘ରୋଲ୍‌ସ୍‌ ରକି ଫାଣ୍ଟମ୍‌’ ନମ୍ବର ପାଇଁ ୩୩ ମିଲିୟନ୍‌ ଏଇଡି (ଆରବ୍‌ ଏମିରେଟ୍ସ ଦିର୍‌ହାମ) ଦେଇଥିଲେ । ଦୁବାଇ ରୋଡ୍‌ ଟ୍ରାନ୍ସପୋର୍ଟ କମ୍ପାନୀ ୮୦ ଟି ସ୍ୱତନ୍ତ୍ର ନମ୍ବର ପାଇଁ ନିଲାମ୍‌ କରିଥିଲେ ।

ଏହି ୮୦ଟି ସ୍ୱତନ୍ତ୍ର ନମ୍ବର ପାଇଁ ୩୦୦ରୁ ଅଧିକ ବ୍ୟକ୍ତି ନିଲାମରେ ଭାଗ ନେଇଥିଲେ । ତେବେ ଶ୍ରୀ ଶାହାଣି ‘D5’ ନମ୍ବର ପାଇଁ ୩୩ ମିଲିୟନ୍‌ ଦିର୍‌ହାମ୍‌ ବା ଭାରତୀୟ ମୁଦ୍ରାରେ ୬୭.୯୫ ଟଙ୍କା ନିଲାମ ଡାକି ନମ୍ବରଟିକୁ ପାଇଥିଲେ ।

ଯାହାକି କାର୍‌ ପ୍ଲେଟ୍‌ ପାଇଁ ବିଶ୍ୱରେ ନିଲାମ ହୋଇଥିବା ସବୁଠୁ ବଡ଼ ନିଲାମ । କାର୍‌ ପାଇଁ ଆଜିଯାଏ ଏତେ ବଡ଼ ନିଲାମ ବିଶ୍ୱରେ କେଉଁଠି ହୋଇ ନଥିବା ଜଣାଯାଇଛି । ପୂର୍ବରୁ ଶ୍ରୀ ଶାହାଣି ମଧ୍ୟ ତାଙ୍କର ଆଉ ଏକ ‘ରୋଲ୍‌ ରକି’କାର୍‌ ପାଇଁ ନିଲାମ ଡାକିଥିଲେ ।

ଏଥର ସେ ‘O9’ ନମ୍ବର ପାଇଁ ୨୫ ମିଲିୟନ୍‌ ଏଇଡି ନିଲାମ ଡାକିଥିଲେ । ଭାରତୀୟ ମୁଦ୍ରାରେ ଯାହାର ମୂଲ୍ୟ ପ୍ରାୟ ୫୧.୪୯ କୋଟି ଟଙ୍କା ହେବ ବୋଲି ଜଣାଯାଇଛି । ଶ୍ରୀ ଶାହାଣୀଙ୍କ ଏହି ନିଲାମ ନିଶା ବିଶ୍ୱରେ ସମସ୍ତଙ୍କୁ ଚକିତ କରିଛି ।

Leave A Reply

Your email address will not be published.