Below header

ଅଦ୍ଭୁତ ବ୍ୟକ୍ତି, ଯାହାଙ୍କ ଶରୀରର ବିପରୀତ ଦିଗରେ ରହିଛି ସମସ୍ତ ଆଭ୍ୟନ୍ତରୀଣ ଅଙ୍ଗ!

ଉତ୍ତର ପ୍ରଦେଶର କୁଶୀନଗରରେ ରହୁଥିବା ଜମାଲୁଦ୍ଦିନ୍‌ ଅନ୍‌ସାରୀ(୪୩) ନାମକ ବ୍ୟକ୍ତି ବହୁତ ଅଦ୍ଭୁତ ଅଟନ୍ତି। କାରଣ, ତାଙ୍କ ଶରୀରର ସମସ୍ତ ଅଙ୍ଗ ବିପରୀତ ଦିଗରେ ରହିଛି। ବାମ ବଦଳରେ ଡାହାଣ ପଟେ ଚାଲିଛି ତାଙ୍କର ହୃଦସ୍ପନ୍ଦନ। ତାଙ୍କ ଲିଭର ଏବଂ ପିତ୍ତାଶୟ ବାମ ପଟେ ରହିଛି। ଏହି ଘଟଣା ସେତେବେଳେ ସାମ୍ନାକୁ ଆସିଥିଲା, ଯେବେ ଜମାଲୁଦ୍ଦିନ୍‌ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ପେଟରେ ଯନ୍ତ୍ରଣା ହେବାରୁ ତାଙ୍କୁ ସ୍ଥାନୀୟ ଗୋରଖପୁରର ଜଣେ ଡାକ୍ତରଙ୍କ ପାଖକୁ ନିଆଯାଇଥିଲା। ସେଠାରେ ଏକ୍ସ-ରେ ଏବଂ ଅଲଟ୍ରାସାଉଣ୍ଡ ରିପୋର୍ଟ ଦେଖି ଡାକ୍ତର ଚକିତ ହୋଇଯାଇଥିଲେ।

SUR1

ଜମାଲୁଦ୍ଦିନ୍‌ କହିଥିଲେ, ତାଙ୍କର ପୂରା ସିଷ୍ଟମ ଓଲଟା ଥିବା କଥା ଡାକ୍ତର ତାଙ୍କୁ ଜଣାଇଥିଲେ। ପିତ୍ତକୋଷରେ ଷ୍ଟୋନ୍‌ ହେଲେ ଡାହାଣ ପଟେ ଯନ୍ତ୍ରଣା ହୋଇଥାଏ, କିନ୍ତୁ ମୋର ବାମ ପଟେ ହେଉଥିଲା। ଡାକ୍ତର ମୋତେ କହିଥିଲେ, ଲିଭର ଡାହାଣ ପଟେ ରହିଥାଏ, କିନ୍ତୁ ତୁମର ବାମ ପଟେ ରହିଛି। ଏହାପରେ ସେ ହୃଦସ୍ପନ୍ଦନ ଯାଞ୍ଚ କରିବା ପରେ ହୃତ୍‌ପିଣ୍ଡ ମଧ୍ୟ ଡାହାଣ ପଟେ ଥିବା ଡାକ୍ତର ଜାଣିବାକୁ ପାଇଥିଲେ।

SUR2

ଏହାସହ ପଢ଼ନ୍ତୁ: ପାକିସ୍ତାନ ବୈଜ୍ଞାନିକଙ୍କ ଏ କି ଚମତ୍କାର ଆବିଷ୍କାର! ପାଣିରେ ପେଟ୍ରୋଲ ଆଉ ଫଳରୁ ଚିନି!

ବେରିୟାଟ୍ରିକ୍‌ ଲେପ୍ରୋସ୍କୋପିକ୍‌ ସର୍ଜନ ଡା. ଶଶିକାନ୍ତ ଦୀକ୍ଷିତଙ୍କ କହିବା ଅନୁଯାୟୀ, ତାଙ୍କ ପିତ୍ତାଶୟରୁ ଆମକୁ ଷ୍ଟୋନ୍‌ ମିଳିଥିଲା। କିନ୍ତୁ ଯଦି ପିତ୍ତାଶୟ ବାମ ପଟେ ରହିଥାଏ, ତା’ହେଲେ ଷ୍ଟୋନ୍‌କୁ ବାହାର କରିବା ବହୁତ କଠିନ ହୋଇଥାଏ। ଆମକୁ ତାଙ୍କ ସର୍ଜରୀ କରିବା ପାଇଁ ୩ଟି ଡାଇମେନଶନାଲ୍‌ ଲାପ୍ରୋସ୍କୋପିକ୍‌ ମେଶିନ୍‌ର ସହାୟତା ନେବାକୁ ପଡ଼ିଥିଲା। ସର୍ଜରୀ ପରେ ଏବେ ଜମାଲୁଦ୍ଦିନ୍‌ ସୁସ୍ଥ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.