ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭୂତ, ଜଙ୍ଗଲରେ ବୁଲୁଛି ଧଳା ପୋଷାକ ପିନ୍ଧି, ଦେଖନ୍ତୁ ଭିଡିଓ

ଭୁବନେଶ୍ବର(କେନ୍ୟୁଜ୍):  ଭୂତକୁ ନେଇ ସବୁ ବେଳେ ନାନା କଥା, ନାନା ଗୁଜବ। ସୋସିଆଲ ମିିଡିଆରେ ତ ଏହାକୁ ନେଇ ସବୁ ବେଳେ କିଛି ନା କିଛି ଭିଡିଓ ଆସୁଛି। ଏବେ ପୁଣି ଏକ ଭୂତର ଭିଡିଓ ଭାଇରାଲ ହୋଇଛି। ଜଙ୍ଗଲ ଭଳି ଜଣାପଡୁଥିବା ରାସ୍ତାରେ ଗାଡି ଧରି କିଛି ଯୁବକ ଯାଉଛନ୍ତି। ରାତି ସମୟ। ନିଛାଟିଆ ରାସ୍ତା। ଗାଡି ଧିରେଧିରେ ଯାଉଛି। ଦୂରରୁ ଜଣେ କେହି ଧଳା ପୋଷାକ ପିନ୍ଧି ରାସ୍ତା ପାର କରୁଛି। ଏହାପରେ ଗାଡିଚାଳକ ଗାଡିଟିକୁ ଆହୁରି ନିକଟକୁ ନେଇଛି। ଗାଡିରେ ବସିଥିବା ଲୋକେ ଧଳା ପୋଷାକ ପିନ୍ଧି ରାସ୍ତା ପାର ହେଉଥିବା ବ୍ୟକ୍ତି ଚିତ୍ର ଉତ୍ତୋଳନ କରିଛନ୍ତି। ଧଳା ପୋଷାକ ପିନ୍ଧିଥିବା ପୁରୁଷ ନା ମହିଳା ସ୍ପଷ୍ଟ ଜଣା ପଡୁ ନାହିଁ।


କିନ୍ତୁ ସୋସିଆଲ ମିଡିଆରେ ଏହାକୁ ଭୂତ ଭିଡିଓ କରି ଭାଇରାଲ କରାଯାଇଛି। ଯାହା ସଂପୂର୍ଣ୍ଣ ଫିଲ୍ମି ଭଳି ଜଣାପଡୁଛି।କ୍ରୁଟ୍‌ର ଏମ୍‌ଡି ଅରୁଣ ବୋଥ୍ରା ଏହି ଭିଡିଓର ସମୀକ୍ଷା କରିଛନ୍ତି। କହିଛନ୍ତି ଏହା ସଂପୂର୍ଣ୍ଣ ସୁପରିକଳ୍ପିତ। ଭୂତ କାହିଁକି ସଂପୂର୍ଣ୍ଣ ଧଳା ପୋଷାକରେ ମୁହଁ ଲୁଚାଇବ। ଭୂତ ବି ଧିରେଧିରେ ଚାଲୁଛି, ଅର୍ଥାତ କ୍ୟାମେରାରେ ଫୋଟ ଉଠାଇବାକୁ ଚାହୁଁଛି ଧଳା ପୋଷାକ ପିନ୍ଧିଥିବା ବ୍ୟକ୍ତି। ଗାଡିରେ ଯାଉଥିବା ଲୋକେ କାହିଁକି ନିଛାଟିଆ ସ୍ଥାନରେ ଖାଲି ରୋଡ୍‌ର ଚିତ୍ର ରେକର୍ଡ କରୁଥିଲେ। ଧଳା ପୋଷାକ ପିନ୍ଧିଥିବା ବ୍ୟକ୍ତି ନିକଟରେ ଗାଡି ପହଞ୍ଚିବା ପରେ ହିଁ ଗାଡି ଚାଳକ ବ୍ରେକ୍‌ ମାରୁଛି। ଏ ସବୁ ଦେଖି ଅରୁଣା ବୋଥ୍ରା ଲେଖିଛନ୍ତି, ଏହା ଟୋଟାଲି ଫିଲ୍ମି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.