କର୍ଣ୍ଣାଟକ ବିଧାୟକ କହିଲେ: ତବ୍‌ଲିଗି ସମ୍ମିଳନୀରୁ ଫେରିଥିବା କେହି ଯଦି ନିଜର ଚିକିତ୍ସା କରାଉ ନାହାଁନ୍ତି ସେମାନଙ୍କୁ ଗୁଳି ମାରିଦେବା ଉଚିତ୍‌

କରୋନା ପାଇଁ ସାରା ଦେଶରେ ଲକ୍‌ଡାଉନ ଚାଲିଛି । କରୋନାରେ ସଂକ୍ରମିତ ହେଲେ ଏକାନ୍ତବାସ କରିବା ସହ ଚିକିତ୍ସା ପାଇଁ ଡାକ୍ତରଙ୍କୁ ସହଯୋଗ କରିବାକୁ ସରକାର ଉପଦେଶ ଦେଉଛନ୍ତି । ମାତ୍ର କିଛି ଲୋକ ଯେଉଁମାନେ ଦିଲ୍ଲୀ ତବଲିଗିରେ ଯୋଗଦେଇଛନ୍ତି ସେମାନେ ଚିକିତ୍ସାରେ ସହଯୋଗ କରୁନାହାଁନ୍ତି ।

ଯାହା ପାଇଁ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ତବଲିଗି ସମ୍ମିଳନୀରେ ଯୋଗଦେଇ ଫେରିଥିବା ଯଦି କେହି ବ୍ୟକ୍ତି ସେମାନଙ୍କର ଚିକିତ୍ସା କରାଇବା ପାଇଁ ହସ୍‌ପିଟାଲକୁ ଯାଉନାହାଁନ୍ତି ସେମାନଙ୍କୁ ଗୁଳି ମାରିଦେବା ଉଚିତ୍‌ ବୋଲି କହିଛନ୍ତି କର୍ଣ୍ଣାଟକ ବିଧାୟକ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଏମ୍‌ ପି ରେଣୁକାଚାର୍ଯ୍ୟା ।

jamat

ମଙ୍ଗଳବାର ଏଠାରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଛନ୍ତି ଯେ କରୋନା ଭାଇରସ ସଂକ୍ରମଣ କରିବା ଆତଙ୍କବାଦ ଠାରୁ କମ୍‌ ନୁହେଁ । ଯେଉଁମାନେ ଏହି ଭାଇରସ୍‌କୁ ସଂକ୍ରମିତ କରୁଛନ୍ତି ସେମାନେ ଅପରାଧୀ ।

ଦିଲ୍ଲୀ ଧାର୍ମିକ ସମ୍ମିଳନୀରେ ଯୋଗଦେଇ ଫେରିଥିବା ବ୍ୟକ୍ତି ନିଜ ତରଫରୁ ହସ୍‌ପିଟାଲ ଯାଇ ଚିକିତ୍ସା କରିବା କଥା । ମାତ୍ର କେତେକ ଏହା କରୁନାହାଁନ୍ତି । ତେଣୁ ସେମାନଙ୍କୁ ଗୁଳି କରି ମାରି ଦେଲେ କିଛି ଭୁଲ୍‌ ହେବନି ।

ତେବେ ସେ ଏକଥା ସମସ୍ତ ମୁସଲମାନ୍‌ ସଂପ୍ରଦାୟକୁ କହିନାହଁନ୍ତି । ଯେଉଁମାନେ କେବଳ ଚିକିତ୍ସା ପାଇଁ ଯାଉନାହାଁନ୍ତି ବୋଲି ସେ ସ୍ପଷ୍ଟ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.