ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ, ନର୍ସ ଓ ଧାଈଙ୍କୁ ସମର୍ପିତ : କୋଭିଡ ହସ୍‌ପିଟାଲରେ ନର୍ସମାନଙ୍କ ପାଇଁ କିପରି ସୁବିଧା ରହିଛି ଆସନ୍ତୁ ଜାଣିବା

କେନ୍ୟୁଜ(ବ୍ୟୁରୋ): କାରୋନା ସହ ଲଢୁଛି ସାରା ବିଶ୍ୱ । ରୋଗୀଙ୍କ ସେବାରେ ଲାଗିଛନ୍ତି ଡାକ୍ତର, ନର୍ସ ଓ ଧାଈ । ଏଭଳି ସ୍ଥିତିରେ କେରଳ ଢାଞ୍ଚାରେ କାର୍ଯ୍ୟ ପାଇଁ ଟ୍ରେନଡ୍‌ ନର୍ସେସ ଆସୋସିଏସନ୍‌ ଅଫ ଇଣ୍ଡିଆ ସଙ୍ଗଠନ ଦାବି କରିଛି । ଏବେ ନଜର ପକାନ୍ତୁ କେରଳ କୋଭିଡ ହସ୍‌ପିଟାଲରେ ନର୍ସମାନଙ୍କ ପାଇଁ କିପରି ସୁବିଧା ରହିଛି । ଗଠନ ହୋଇଛି ୩ଟି ଟିମ୍‌ । ପ୍ରଥମ ଟିମ୍‌- ଆଇସିୟୁରେ ନିୟୋଜିତ ନର୍ସ ୭ ଦିନ ୪ ଘଣ୍ଟା ଲେଖାଏଁ ଡ୍ୟୁଟି କରିବେ । ପରେ ଦୁଇ ସପ୍ତାହ ହସ୍ପିଟାଲର କ୍ୱାରେଣ୍ଟାଇନ୍ସରେ ରହିବେ । ଆଇସୋଲୋସନ୍‌ ରୁମ୍‌ରେ ନିୟୋଜିତ ଥିବା ନର୍ସ, ୫ ଘଣ୍ଟା ଲେଖାଏଁ ୧୦ଦିନ ଡ୍ୟୁଟି କରିବେ ଓ ୧୪ଦିନ କ୍ୱାରେଣ୍ଟାଇନ୍ସରେ ରହିବେ ।

NURSE-3

ଦ୍ୱିତୀୟ ଟିମ୍‌-ଜେନେରାଲ ଡ୍ୟୁଟି କରୁଥିବା ନର୍ସଙ୍କ ପାଇଁ ପ୍ରତିଦିନ ୩ଟି ସିଫ୍ଟ ବ୍ୟବସ୍ଥା । ୩ ଦିନ ଡ୍ୟୁଟି କରିବେ ଓ ୩ଦିନ ଛୁଟିରେ ରହିବେ । ତୃତୀୟ ଟିମ୍‌-ରିଜର୍ଭ ରହିବେ । ସେମାନେ ଏମର୍ଜେନ୍ସି ଓ ଟ୍ରେନିଂ ଦାୟିତ୍ୱରେ ନିୟୋଜିତ ହେବେ । ଚିକିତ୍ସା ବେଳେ କିଭଳି ନିଜକୁ ସୁରକ୍ଷିତ ରଖିଥାନ୍ତି ନର୍ସ ସେନେଇ ରିଅଲଟି ଚେକ୍‌ ପାଇଁ ପହଞ୍ଚିଥିଲୁ, ଭୁବନେଶ୍ୱର କିମ୍ସ କୋଭିଡ୍‌ ହସ୍ପିଟାଲରେ ।

NURSE-2

ଏଠାରେ ସିଫ୍ଟ ଅନୁସାରେ ଡ୍ୟୁଟି କରୁଛନ୍ତି ନର୍ସ । ୧୪ଦିନ ଡ୍ୟୁଟି ପରେ ସେମାନଙ୍କ ପାଇଁ ୧୪ଦିନ ହୋମ କ୍ୱାରେଣ୍ଟାଇନ ବ୍ୟବସ୍ଥା ରହିଛି । ସେମାନଙ୍କ ପାଇଁ ରହିବା, ଖାଇବା ଓ ଅନ୍ୟ ସୁବିଧା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ମୁହଁ ଠାରୁ ଗୋଡ ପଯ୍ୟର୍ନ୍ତ ସମସ୍ତେ ପ୍ରକସନ ଗ୍ରହଣ କରୁଛନ୍ତି ।

NURSE-1କଟକ ଏସ୍‌ସିବିରେ ଥିବା କୋଭିଡ-୧୯ ହସ୍ପିଟାଲରେ ପହଞ୍ଚିଥିଲା ଆମ ଟିମ୍‌ । ରୋଗୀଙ୍କୁ ଚିକିତ୍ସା ବେଳେ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦେଉଛନ୍ତି ନର୍ସ । ରୋଗୀଙ୍କ ଠାରୁ ଯଥାସମ୍ଭବ ଦୂରେଇ ରହି ଚିକିତ୍ସା କରୁଛନ୍ତି । ବାରମ୍ବାର ସାନିଟାଇଜର ଲଗାଇବା ସହ ଡେଟଲରେ ହାତ ଧୋଉଛନ୍ତି । ଚିକିତ୍ସା ପରେ ଆଖି, ନାକ, ପାଟି ଠାରୁ ହାତକୁ ଦୂରେଇ ରଖୁଛନ୍ତି । ଏଥର ବିଶ୍ୱ ସ୍ୱାସ୍ଥ୍ୟ ଦିବସରେ ଥିମ ରହିଛି ‘କୋଭିଡ୍‌-୧୯ରେ ନର୍ସଙ୍କ ଭୂମିକା ଅତୁଳନୀୟ’ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.