ଭଦ୍ରକ ଧାମରାର ସାଇ ସ୍ପନ୍ଦନଙ୍କ ବଡ଼ କାମ, ବୟସ ୫ କିନ୍ତୁ ନିଜ କୁମ୍ପି ଭାଙ୍ଗି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କଲେ ୭ ହଜାର

ଚାନ୍ଦବାଲି : ବୟସ ସିନା ସାନ ହେଲେ କାମ ମହାନ । ନିଜ କୁମ୍ପି ଭାଙ୍ଗି ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ୭ ହଜାର ଟଙ୍କା ପ୍ରଦାନ କରିଛନ୍ତି ଭଦ୍ରକ ଜିଲ୍ଲା ଧାମରା ଅଂଚଳର ୫ ବର୍ଷର ପିଲା ସାଇ ସ୍ପନ୍ଦନ । ଦେଶର ସେନା ବିଭାଗର କାର୍ଯ୍ୟରତ ଧାମରା ଜାଗୁଳା ଗ୍ରାମର ପ୍ରିୟରଂଜନ ପ୍ରଧାନଙ୍କ ପୁଅ ସାଇ ସ୍ପନ୍ଦନ । ୨ବର୍ଷ ହେଲା ସଂଚୟ କରିଥିବା ୭ ହଜାର ଟଙ୍କା କୁମ୍ପି ଭାଙ୍ଗି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ପ୍ରଦାନ କରିଛନ୍ତି । ଧାମରାର ଅତିରିକ୍ତ ତହସିଲଦାରଙ୍କ ମାଧ୍ୟମରେ ଏହି ଟଙ୍କା ସେ ଦାନ କରିଛନ୍ତି । କୁନି ପିଲାର ଏଭଳି ମହାନ କାର୍ଯ୍ୟକୁ ସ୍ଥାନୀୟ ଅଂଚଳର ଲୋକେ ପ୍ରଶଂସା କରିଛନ୍ତି ।

କରୋନାର ଭୟାବହତାକୁ ସେ ବୁଝିନି । ହେଲେ ସମସ୍ତେ କାହିଁକି କରୋନା ପାଇଁ ଚିନ୍ତିତ ସେ କଥାକୁ ସେ ବୁଝି ପାରିଛି । ଏବେ କରୋନା ସହ ଲଢ଼େଇ ପାଇଁ ସମସ୍ତେ ନିଜର ସାମର୍ଥ୍ୟ ଅନୁସାରେ ସହାୟତା କରୁଛନ୍ତି । ଆଉ କିନ ସାଇ ସ୍ପନ୍ଦନ ବା ପଛରେ ରୁହନ୍ତା କେମିତି ? ସମସ୍ତଙ୍କ ଠାରୁ ଶୁଣି ଶୁଣି ନିଜ ମନ ଅନୁସାରେ କୁମ୍ପି ଭାଙ୍ଗି ଦେଲା । ଯାହା ଟଙ୍କା ସଞ୍ଚିଥିଲା ସବୁ ଦାନ କରିଦେଲା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ । ସତରେ କୁନି ପିଲାଟିର ଏଇ ମଣିଷ ପଣିଆ କେତେ ମହାନ୍‌ କହିଲେ ଦେଖି ?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.