Below header

ପାଣିପାଗ : ଆଜି ସବୁଠାରୁ ଉତ୍ତପ୍ତ ସହର ଥିଲା ତାଳଚେର, କାଲି ୧୦ଟି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର (କେ ନ୍ୟୁଜ୍‌ ) : ସାରା ରାଜ୍ୟରେ କରୋନାର ଭୟ ସାଙ୍ଗକୁ ତାତିର ପ୍ରକୋପ । ଘରେ ରହୁଥିବା ଲୋକେ ନୟାନ୍ତ ହୋଇଗଲେଣି । ତା ସାଙ୍ଗକୁ ପାଓ୍ଵାର କଟ୍‌ ଅସ୍ତବ୍ୟସ୍ତ କରି ଦେଉଛି । ଆଜି ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ଥିଲା ତାଳଚେର । ସେଠାରେ ତାପମାତ୍ରା ୪୦.୧ ଡିଗ୍ରୀ ସେଲସିୟସ ଥିବା ବେଳେ ମାଲକାନଗିରିରେ ୪୦ ଡିଗ୍ରୀ ଥିଲା । ସେହିପରି ଅନୁଗୁଳ ୩୯.୫, ବାରିପଦା ୩୯.୪ ଏବଂ ବୌଦ୍ଧରେ ୩୯.୫ ଡିଗ୍ରୀ ସେଲସିୟସ ରହିଥିଲା ।
ଆଜି ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୩୮.୭ ଓ କଟକରେ ୩୮ ଡିଗ୍ରୀ ରେକର୍ଡ କରାଯାଇଛି ।

ବର୍ଷା ସମ୍ଭାବନା ରହିଛି

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନ ଏବଂ କେନ୍ଦୁଝର, ମୟୁରଭଞ୍ଜ, ବଲାଙ୍ଗିର, ସୋନପୁର, ବୌଦ୍ଧ, କନ୍ଧମାଳ, ରାୟଗଡ଼ା ଏବଂ ଢେଙ୍କାନାଳରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିପାରେ । ଏହି ସମୟରେ ୩୦ରୁ ୪୦ ଇମି ବେଗରେ ପବନ ବହିବ । ଏ ସମ୍ପର୍କରେ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ଏବେ ଆସନ୍ତୁ ନଜର ପକାଇବା ଆଜି ରାଜ୍ୟର ଅନ୍ୟ ସହରଗୁଡ଼ିକରେ କେତେ ରହିଥିଲା ସର୍ବାଧିକ ତାପମାତ୍ରା ।

 

TEMP-1

TEMP-2

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.