Below header

କରୋନା ମୁକାବିଲାରେ ଯୋଦ୍ଧା ସାଜିଥିବା ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା, ନୋଟର ମାଳା ପିନ୍ଧାଇ ଲୋକେ କଲେ ସମ୍ମାନିତ

ଆନ୍ଧ୍ରପ୍ରଦେଶ: ଦିନକୁ ଦିନ କାୟାବିସ୍ତାର କରିଚାଲିଛି କରୋନା ଭାଇରସ । ଆଉ ଏହା ସହ ଲଢ଼ିବା ପାଇଁ ସାରା ବିଶ୍ୱ ଏବେ ଅଣ୍ଟା ଭିଡିଛି । ଏହି ଭାଇରସକୁ ପ୍ରତିହତ କରିବା ପାଇଁ ସାରା ବିଶ୍ୱ ଆଜି ଏକାକାର ହୋଇଯାଇଛନ୍ତି। ଅନେକ ଦେଶ ମଧ୍ୟ ଲକଡାଉନ ଏହି କରୋନା ଦାଉରୁ ରକ୍ଷା ପାଇବା ପାଇଁ ଲକଡାଉନ କରିସାରିଛନ୍ତି । କିନ୍ତୁ ଏହି ଲକଡାଉନ ମଧ୍ୟରେ ଅନେକ ଲୋକ ଅଛନ୍ତି ଯେଉଁମାନେ ଦିନରାତି କଠିନ ପରିଶ୍ରମ କରି ଲୋକଙ୍କୁ ସେବା ଯୋଗାଇ ଆସୁଛନ୍ତି । ସେଥିମଧ୍ୟରୁ ଜଣେ ହେଉଛି ସଫେଇ କର୍ମଚାରୀ। ଯାହା ଉପରେ ଦେଶକୁ ସଫା କରିବାର ଦାୟିତ୍ୱ ନେଇଛି। ଏଭଳି ଏକ ସଫେଇ କର୍ମଚାରୀଙ୍କ କର୍ତ୍ତବ୍ୟନିଷ୍ଠ ଦେଖି ଜଣେ ବ୍ୟକ୍ତି ନୋଟର ମାଳ ପିନ୍ଧାଇଛନ୍ତି । ଘଟଣାଟି ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶରେ

ଖବର ଅନୁଯାୟୀ, ଆନ୍ଧ୍ରପ୍ରଦେଶର ଚିତ୍ତର ଜିଲ୍ଲାରେ ଜଣେ ସଫେଇ କର୍ମଚାରୀ ସ୍ଥାନୀୟ ଅଞ୍ଚଳକୁ ଅଳିଆ ସଫା କରିବାକୁ ଯାଇଥିଲେ । ସେଠାରେ ରହୁଥିବା କିଛି ବାସିନ୍ଦା ତାଙ୍କୁ ସମ୍ମାନିତ କରିଥିଲେ। ତାଙ୍କର ସେବାରେ ଏତେ ମୁଗ୍ଧ ହୋଇଯାଇଥିଲେ ଯେ, ସ୍ଥାନୀୟ ବାସିନ୍ଦା କର୍ମଚାରୀଙ୍କୁ ନୋଟର ମାଳା ପିନ୍ଧାଇଥିଲେ ଏବଂ କିଛି ରାସନ ସାମଗ୍ରୀ ଦାନ ମଧ୍ୟ ଦେଇଥିଲେ । ଏହି ସମୟରେ କିଛି ସ୍ଥାନୀୟ ବାସିନ୍ଦା ଘରର ବାଲକୋନିରୁ ଥାଇ କରତାଳି ଦେଇଥିବାର ଦେଖିବାକୁ ମିଳିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.