ହନିମୁନ୍‌ ପାଇଁ ଯାଇଥିଲେ କରୀସ୍ମା, ସାଙ୍ଗମାନଙ୍କ ସହ ଗୋଟିଏ ରାତି ପାଇଁ ଅଭିନେତ୍ରୀଙ୍କ ସଉଦା କରିଥିଲେ ସ୍ୱାମୀ ସଂଜୟ କପୁର

କରୀସ୍ମା ହନିମୁନ୍‌ରେ ସ୍ୱାମୀଙ୍କ ସହ ଯାଇଥିବା ବେଳେ ସ୍ୱାମୀ ସଂଜୟ କପୁର ନିଜ ସାଙ୍ଗମାନଙ୍କ ସହ ଗୋଟିଏ ରାତି ପାଇଁ ତାଙ୍କ ସଉଦା କରିଥିଲେ । ଏହା ରିଲ୍‌ ଜଗତର କଥା ନୁହେଁ ଏହା କରୀସ୍ମାଙ୍କ ରିୟଲ୍‌ ଲାଇଫ୍‌ର କଥା । ଏହା କରୀସ୍ମା ଖୋଦ୍‌ ପ୍ରକାଶ କରିଛନ୍ତି ତାଙ୍କର ଏକ ସାକ୍ଷାତକାରରେ ।

karisma-1

କରୀସ୍ମାଙ୍କ ପାଇଁ ଫିଲ୍ମ ଜଗତର ବହୁ ଆଶାୟୀ ଲାଇନ୍‌ରେ ଥିଲେ ବି ସଂଜୟଙ୍କ ସହ ତାଙ୍କ ଆଫେୟାରସ୍‌ ନେଇ ସେତେବେଳେ ବହୁ କଥା ଉଠିଥିଲା । ଶେଷରେ କରୀସ୍ମା କିନ୍ତୁ ବାଛିଥିଲେ ତାଙ୍କର ଜୀବନସାଥୀ ଭାବେ ଦିଲ୍ଲୀର ଶିଳ୍ପପତି ସଂଜୟ କପୁରଙ୍କୁ ।

krisma

ବିବାହର ବେଶ୍‌ କିଛି ବର୍ଷ ହସଖୁସିରେ ବିତିଥିଲା ବୋଲି କୁହନ୍ତି କରୀସ୍ମା । ମାତ୍ର ତାଙ୍କର ବୈବାହିକ ଜୀବନ ବେଶୀ ଦିନ ତିଷ୍ଠି ନଥିଲା । କୁଲି ନଂ ଓ୍ଵାନ୍‌, ରାଜା ବାବୁ, ସାଜନ ଚଲେ ସସୁରାଲ,ବିବ ନମ୍ବର ଓ୍ଵାନ୍‌, ରାଜା ହିନ୍ଦୁସ୍ତାନୀ ଓ ଦିଲ୍‌ ତୋ ପାଗଲ୍‌ ହେ ଭଳି ହିଟ୍‌ ଫିଲ୍ମ ଦେଇଥିବା କରୀସ୍ମା ହଠାତ୍‌ ଫିଲ୍ମ ଦୁନିଆରୁ ଉଭେଇ ଯାଇଥିଲେ ୨୦୧୨ରେ ।

karisma sanjaya

ସେତେବେଳେ ତାଙ୍କ ଜୀବନ ବହୁତ ସଂଘର୍ଷ ଭିତରେ ଚାଲିଥିଲା ବୋଲି କୁହନ୍ତି କରୀସ୍ମା । ଅଧିକାଂଶ ସମୟ ତାଙ୍କୁ ସଂଜୟ ମାଡ଼ ଦେଉଥିଲେ ଓ ସେ ଏହାକୁ ଲୁଚାଇବା ପାଇଁ ମେକ୍‌ଅପ୍‌ର ସହାୟତା ନେଉଥିଲେ ।ସଂଜୟ ବହୁତ ହାଇ ଟେମ୍ପରର ଥିଲେ । ଛୋଟ ଛୋଟ କଥାରେ ମାରପିଟ୍‌ କରୁଥିଲେ । ଶାଶୂଙ୍କର ବ୍ୟବହାର ତାଙ୍କ ପ୍ରତି ଭଲ ନଥିଲା ।

kareesma

ତାଙ୍କୁ ନଜରବନ୍ଦୀ କରି ରଖା ଯାଉଥିଲା ଓ ତାଙ୍କ ଦିଅର ତାଙ୍କ ଉପରେ ନଜର ରଖୁଥିଲେ ବୋଲି କୁହନ୍ତି କରୀସ୍ମା ।ବିବାହର ବେଶ୍‌ କିଛି ବର୍ଷ ଭଲରେ କଟିଥିଲା । ହେଲେ ହନିମୁନ୍‌ରେ ଯାଇଥିବା ବେଳେ ସ୍ୱାମୀ ସଂଜୟ ତାଙ୍କ ସାଙ୍ଗମାନଙ୍କ ସହ ତାଙ୍କର ଗୋଟିଏ ରାତିର ସଉଦା କରିଥିଲେ ବୋଲି କରୀସ୍ମା ଏହି ସାକ୍ଷାତକାରରେ କହିଛନ୍ତି ।

୨୦୦୩ରେ ହୋଇଥିବା ବିବାହ ୨୦୧୬ରେ ସମାପ୍ତ ଘଟିଥିଲା ଯଦିଓ ଏହାର ୩/୪ ବର୍ଷ ସେମାନେ ଅଲଗା ହୋଇ ରହୁଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.