Below header

ରାସନ ସାମଗ୍ରୀରେ ବ୍ୟାପକ ଆନିୟମିତତାର ଅଭିଯୋଗ ଆଣି ମୁହାଁମୁହିଁ ହେଲେ ସାଂସଦ ଓ ତହସିଲଦାର

ଉତ୍ତରପ୍ରଦେଶ: ରାସନ  ସାମଗ୍ରୀରେ ବ୍ୟାପକ ଆନିୟମିତତାର ଅଭିଯୋଗ ଆଣି ମୁହାଁମୁହିଁ ହେଲେ ସାଂସଦ ଓ ତହସିଲଦାର। ମିଳିଥିବା ସୂଚନା ମୁତାବକ ମଙ୍ଗଳବାର ଦିନ କନ୍ନୋୖଜ ଜିଲ୍ଲାର ତହସିଲଦାର ଙ୍କ ସହ ସାଂସଦ ସୁବ୍ରତ ପାଠକଙ୍କ ପ୍ରବଳ ହଟ୍ଟଗୋଳ ହୋଇଛି। ତହସିଲଦାର ଅଭିଯୋଗ କରିଛନ୍ତି ଯେ, ତାଙ୍କ ସରକାରୀ ବାସଭବନରେ ବିଜେପି ସାଂସଦ ନିଜର କିଛି ସମର୍ଥକଙ୍କ ସହ ଆସି ପିଟିଛନ୍ତି। ସାଂସଦ ଖୋଦ ସର୍ବସମ୍ମୁଖରେ ତହସିଲଦାରଙ୍କୁ ଚାପୁଡ଼ା ମାରିଥିବାର ମଧ୍ୟ ଅଭିଯୋଗ ଆଣିଛନ୍ତି ତହସିଲଦାର। ସେପଟେ ସାଂସଦ ସୁବ୍ରତ ପାଠକ କହିଛନ୍ତି ସେ କାହା ଘରକୁ କେବେ ଯାଇ ନାହାନ୍ତି ବରଂ ତହସିଲଦାର ମଦପିଇ ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଛନ୍ତି। ଏହା ସହିତ ସୁବ୍ରତଙ୍କ ଦୁଇ ସମର୍ଥକଙ୍କୁ ଠେଙ୍ଗାରେ ପିଟିଥିବାର ଅଭିଯୋଗ କରିଛନ୍ତି ସୁବ୍ରତ।

sansad upମିଳିଥିବା ସୂଚନା ମୁତାବକ କନ୍ନୋୖଜରେ ଲକଡାଉନ ସମୟରେ ସାଂସଦ ସୁବ୍ରତ ପାଠକଙ୍କ ଅଫିସରୁ ଗରିବ ଲୋକଙ୍କ ପାଇଁ ଖାଦ୍ୟ ପୁଡିଆ ଵଣ୍ଟା ଯାଉଥିଲା। ଏହା ବ୍ୟତିତ ଅଭିଯୋଗ ମଧ୍ୟ ଶୁଣାଯାଉଥିଲା। ଏହି ସମୟରେ କିଛି ଲୋକ ରାସନ ଠିକ୍ ସମୟରେ ପାଉନଥିବାର ସାଂସଦଙ୍କ ନିକଟରେ ଅଭିଯୋଗ କରିଥିଲେ। ସବୁ ଅଭିଯୋଗର ତାଲିକା କନ୍ନୋୖଜ ତହସିଲର ତହସିଲଦାର ଅରବିନ୍ଦ କୁମାରଙ୍କୁ ଦିଆଯାଇଥିଲା ।ଅଭିଯୋଗ ହୋଇଥିଲା ଯେ ତହସିଲଦାର ଅଭିଯୋଗ ପାଇ କିଛି ଶୁଣାଣି କରୁନାହାନ୍ତି। ଯାହା ଶୁଣି ରାଗିଯାଇଥିଲେ ସାଂସଦ। ଆଉ ମଙ୍ଗଳବାର ଦିନ ଫୋନ ଯୋଗେ ତହସିଲଦାରଙ୍କ ସହ କଥାବାର୍ତା କରିଥିଲେ। ଏହି ସମୟରେ ଉଭୟଙ୍କ ମଧ୍ୟରେ ବଚସା ଲାଗିଯାଇଥିଲା।

ତହସିଲଦାରଙ୍କ ଅଭିଯୋଗ ହେଲା ଯେ ଏହା ପରେ ସାଂସଦ ନିଜର କିଛି ସମର୍ଥକଙ୍କ ସହ ତାଙ୍କ ସରକାରୀ ବାସଭବନକୁ ଆସି ତାଙ୍କୁ ଗାଳିମନ୍ଦ ସହ ଆକ୍ରମଣ କରିଦେଇଥିଲେ। ଏହା ଦ୍ବାରା ତହସିଲଦାର ଆହତ ହୋଇଥିବାର ଅଭିଯୋଗ ଆଣିଛନ୍ତି। କିଛି ସମୟ ପରେ ଏହାର ସୂଚନା ଉପରିସ୍ଥ ଅଧିକାରୀଙ୍କୁ ଦିଆ ଯାଇଥିଲା ଓ ପରେ ତହସିଲଦାରଙ୍କୁ ଡ଼ାକ୍ତରଖାନା ନିଆଯାଇଥିଲା। କିନ୍ତୁ ଏ ଘଟଣାକୁ ନେଇ ତହସିଲଦାର ପୋଲିସରେ କିଛି ଅଭିଯୋଗ କରିନଥିବା ଜଣାଯାଇଛି।

ସେପଟେ ସାଂସଦ ସୁବ୍ରତ ପାଠକଙ୍କର କହିବା କଥା ହେଲା ସେ ଦୁଇଦିନ ତଳେ ଦିଲ୍ଲୀରୁ ଫେରିଛନ୍ତି। ଏପର୍ଯ୍ୟନ୍ତ ଲୋକଙ୍କ ପାଖରେ ରାସନ ସାମଗ୍ରୀ ପହଞ୍ଚି ପାରି ନାହିଁ। ଏହି ବିଷୟରେ ତହସିଲଦାରଙ୍କୁ ପଚାରିବାରୁ ତହସିଲଦାର ଫୋନରେ ଗାଳିଗୁଲଜ୍ କରିବାକୁ ଲାଗିଲେ । ସୁବ୍ରତ ପାଠକ କହିଛନ୍ତି ସେ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଅଭିଯୋଗ କରିବେ। ସେ ଅଭିଯୋଗ କରିଛନ୍ତି ଯେ ତହସିଲଦାର ପ୍ରବଳ ମଦ ପିଇ ତାଙ୍କୁ ଗାଳିଗୁଲଜ କରିଛନ୍ତି। ସୁବ୍ରତଙ୍କ ସମର୍ଥକ ରଞ୍ଜିତ କଶ୍ୟପ୍ ଓ ସଚିନ ଶର୍ମା ଯେତେବେଳେ ତାଲିକା ନେଇ ତହସିଲଦାରଙ୍କ ନିକଟରେ ପହଞ୍ଚି ଥିଲେ ସେତେବେଳେ ତହସିଲଦାର ତାଙ୍କୁ ଠେଙ୍ଗାରେ ପିଟିଥିଲେ। ଯାହାଦ୍ୱାରା ସେମାନେ ଆହତ ହୋଇଛନ୍ତି।  ଏହି ଘଟଣାକୁ ନେଇ ଉଷ୍ମ ହୋଇ ପଡ଼ିଛି କନ୍ନୋୖଜ ଜିଲ୍ଲାର ରାଜନୀତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.